Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମ୍ ବିକ୍ରିରୁ ଆନ୍ତର୍ଜାତିକ ସାଇବର ଅପରାଧ ରାକେଟ୍ ଲିଙ୍କ୍, ୩ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
April 21, 2025
in Crime, State
ସିମ୍ ବିକ୍ରିରୁ ଆନ୍ତର୍ଜାତିକ ସାଇବର ଅପରାଧ ରାକେଟ୍ ଲିଙ୍କ୍, ୩ ଅଭିଯୁକ୍ତ ଗିରଫ
48
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ‘ଆକର୍ଷଣୀୟ ଅଫର ଅଛି, ମୋବାଇଲ ସିମ୍ ରଖନ୍ତୁ । ଏକ ମାସ ପାଇଁ ମାଗଣା ଅସୀମିତ ଡାଟା ଏବଂ କଲ ସେବା ପାଆନ୍ତୁ । କେବଳ ଆଧାର ନମ୍ବର ସହ ବାୟୋମେଟ୍ରିକ ଦିଅନ୍ତୁ ଏବଂ ସିମ୍ ଘରକୁ ନେଇଯାଆନ୍ତୁ ।’ ଗାଁ ଗାଁରେ ଏଭଳି ବିଜ୍ଞାପନ ଦେଖି ଲୋକେ ମାଗଣା ସେବା କଥା ଶୁଣି ସବୁ ତଥ୍ୟ ଦେଇ ସିମ୍ ନେଇଥିଲେ । ହେଲେ ଏହା କୌଣସି କମ୍ପାନି ତରଫରୁ ନୁହେଁ, ବରଂ ସାଇବର ଠକଙ୍କ ଏକ ଗ୍ରୁପ ତଥ୍ୟ ଚୋରି କରୁଥିବା ସ୍ପଷ୍ଟ ହୋଇଛି । ଏକ ସଂଗଠିତ ରାକେଟ୍ ଲୋକଙ୍କୁ ଭୂତାଇ ଶହ ଶହ ପ୍ରି-ଆକ୍ଟିଭେଟେଡ୍ ସିମ୍ ଦେଶବିଦେଶର ସାଇବର ଠକଙ୍କୁ ବିକ୍ରି କରୁଥିଲା । ଯେଉଁଥିରୁ ସାଇବର, ସେୟାର ମାର୍କେଟ ଏବଂ ପାର୍ସଲ ଭଳି ଠକେଇ କରାଯାଉଥିଲା । କେନ୍ଦ୍ର ଗୃହ ବିଭାଗର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇଫୋର୍‌ସି)କୁ ଦକ୍ଷିଣ ଏସୀୟ ଦେଶ କାମ୍ବୋଡ଼ିଆରୁ ଅଭିଯୋଗ ମିଳିବା ପରେ ସେହି ସୂଚନା ଆଧାରରେ ତଦନ୍ତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାର ଲିଙ୍କ୍ ଥିବା ସ୍ପଷ୍ଟ ହୋଇଥିଲା । ତଦନ୍ତ ଆଧାରରେ ପୁଲିସ୍ ବଲାଙ୍ଗିରର ଆକାଶ ମିଶ୍ର, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଖଗଡ଼ାପାଳର ସାଗର କୁମାର ସାହୁ ଏବଂ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଜକୁମାର ଦତ୍ତଙ୍କୁ ଗିରଫ କରିଛି । କିଛିମାସ ତଳେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରଠାରୁ ସାଇବର ଠକେଇ ନେଇ ଚାଞ୍ଚଲ୍ୟକର ତଥ୍ୟ ମିଳିଥିଲା । ଦୂରସଞ୍ଚାର ବିଭାଗ ସହ ମିଳିତ ଯାଞ୍ଚ ପରେ କାମ୍ବୋଡିଆରେ କେତେକ ସନ୍ଦିଗ୍ଧ ସିମ୍‌କାର୍ଡ ନମ୍ବରକୁ ଟ୍ରାକ୍ କରାଯାଇଥିଲା । ଯେଉଁ ସିମକାର୍ଡ ନମ୍ବରଗୁଡ଼ିକ ବିରୋଧରେ ଅନେକ ଠକେଇ ଅଭିଯୋଗ ପଞ୍ଜିକୃତ ରହିଥିଲା । ଉକ୍ତ ସିମ୍‌ଗୁଡ଼ିକର ପିଓଏସ୍ (ପଏଣ୍ଟ ଅଫ୍ ସେଲ୍) ଓଡ଼ିଶାର ବିଭିନ୍ନ ସ୍ଥାନରେ ଚିହ୍ନଟ ହେଇଥିଲା । ବଲାଙ୍ଗିର ବ୍ରାହ୍ମଣପଡ଼ାର ମୋବାଇଲ ସିମକାର୍ଡ ବିକ୍ରେତା ଆକାଶ ମିଶ୍ରଙ୍କ ଆଇଡିରୁ ୨୨୪ଟି ସିମ୍ ଆକ୍ଟିଭ କରାଯାଇଥିଲା । ତଦନ୍ତ ବେଳେ ୧୦୨ଟି ଆକ୍ଟିଭ ଥିବା ଜଣାପଡ଼ିଥିଲା। ପୁଲିସ୍ ସିମ୍‌ଗୁଡ଼ିକର ପ୍ରମାଣପତ୍ର ଆଧାରରେ କେତେକ ସିମ୍‌କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା । ସେମାନେ କହିଥିଲେ, ୨୦୨୩ ମସିହାରେ କେତେକ ସିମକାର୍ଡ ଏଜେଣ୍ଟ ଗାଁକୁ ଆସି କ୍ୟାମ୍ପ କରିଥିଲେ । ମାସକ ପାଇଁ ଅସୀମିତ ଡାଟା ଏବଂ ଫୋନ୍ କଲ୍ ସେବା ପ୍ରଦାନ କରିବାକୁ କହି ଆଧାରକାର୍ଡ ଏବଂ ବାୟୋମେଟ୍ରିକ୍ ଚିହ୍ନ ନେଇଥିଲେ । ଏଜେଣ୍ଟମାନେ ସେହି ବାୟୋମେଟ୍ରିକ ଡାଟା ଏବଂ ଆଧାର ତଥ୍ୟକୁ ବାରମ୍ବାର ବ୍ୟବହାର କରି ଜଣକ ନାଁରେ ଏକାଧିକ ସିମ୍ ଜାରି କରୁଥିଲେ । ଆଧାରକାର୍ଡଧାରୀଙ୍କ ଅଜାଣତରେ ସେହି ପ୍ରି-ଆକ୍ଟିଭେଟେଡ୍ ସିମଗୁଡ଼ିକୁ ତାଙ୍କ ସିଣ୍ଡିକେଟ୍‌ରେ ଦାଖଲ କରୁଥିଲେ । ଏଭଳି ସାଇବର ଠକେଇର ପ୍ରମାଣ ପାଇ ପୁଲିସ ମାମଲା ରୁଜୁ କରି ଆକାଶ, ସାଗର ଏବଂ ରାଜକୁମାରଙ୍କୁ ଗତ ୧୧ ତାରିଖରେ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!