କଟକ, (ବାଘୁଆବାର୍ତ୍ତା): ମହିଳାଙ୍କୁ ବ୍ଲାକମେଲ୍ କରି ଗିରଫ ହେଲେ ବି-ଟେକ୍ ଛାତ୍ର । ସାଇବର ଥାନା ପୋଲିସ ଉକ୍ତ ଛାତ୍ରଙ୍କୁ ଗିରଫ କରିଛି ।ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ଵର ଅଞ୍ଚଳର ଜିତେନ୍ ବାରିକ। ଖବର ଅନୁଯାୟୀ, କଟକର ଜଣେ ମହିଳାଙ୍କ ନଗ୍ନ ଭିଡିଓ ଏବଂ ଫଟୋ ରଖି ବ୍ଲାକମେଲ୍ କରୁଥିଲେ । ଫେସ୍ବୁକ୍ରେ ବନ୍ଧୁତା ପରେ ଜିତେନ ମହିଳା ଜଣଙ୍କ ସହ କ୍ରମାଗତ ଭାବେ ଭିଡ଼ିଓ କଲ୍ରେ ସଂପର୍କ ରଖିଥିଲେ । ଏହାପରେ ଭିନ୍ନ ଭିନ୍ନ ସମୟରେ ବ୍ଲାକମେଲ କରି ୮୭ ହଜାର ଟଙ୍କା ନେଇଥିବା ବେଳେ ମହିଳାଙ୍କୁ କାର୍ ମାଗିଥିଲେ । ଶେଷରେ ମହିଳା ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ବି-ଟେକ୍ ଛାତ୍ରକୁ ଗିରଫ କରିଛି । ଗିରଫ ଛାତ୍ର ଜଣକ ବାଲେଶ୍ୱର ଅଞ୍ଚଳର ଜିତେନ ବାରିକ୍ ବୋଲି ଜଣାପଡ଼ିଛି ।






