ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଇତ ମାନବିକତା.. ବର ବେଶରେ ଥାଇ ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ି ଥିଲେ ଯୁବ ସାମ୍ବାଦିକ ସମ୍ବିତ ବେହେରା। ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ବିଭିନ୍ନ ଆଡୁ ପ୍ରଶଂସା ସୁଅ ଛୁଟୁଛି। ବରଯାତ୍ରୀ ଯାଉଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ। ଏହା ଦେଖିବା ମାତ୍ରେ ତୁରନ୍ତ ଗାଡ଼ିରୁ ଓହ୍ଲେଇ ଆମ୍ବୁଲାନ୍ସ କେମିତି ସୁବିଧାରେ ଯିବ ବ୍ୟବସ୍ଥା କରିଥିଲେ ନିଜେ ବର ଜଣକ। ବରବେଶରେ ଥିବା ବ୍ୟକ୍ତି ହେଉଛନ୍ତି ଯୁବ ସାମ୍ବାଦିକ ସମ୍ବିତ। ଉତ୍ତମ ନାଗରିକର କର୍ତ୍ତବ୍ୟ ନିର୍ବାହ କରିଥିବାରୁ ତାଙ୍କୁ ଅଶେଷ ସାଧୁବାଦ ଓ ଶୁଭକାମନା। ଶୁକ୍ରବାର ଥିଲା ସମ୍ବିତ ବେହେରାଙ୍କ ବାହାଘର। ବରଯାତ୍ରୀ ଯାଉଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ। ବରଯାତ୍ରୀ ପାଇଁ ସାମାନ୍ୟ ଭିଡ଼ ରହିଥିଲା। ହେଲେ ସମ୍ବିତ ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ରାସ୍ତାରୁ ଗାଡ଼ି ଗୁଡିକୁ ହଟାଇ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ିଥିଲେ। ସମ୍ବିତ ବରବେଶରରେ ଥିବା ତାଙ୍କୁ ଭିଡିଓଟି କେହି ରେକର୍ଡ କରିଦେଇଥିଲା ଫଳରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ଯୁବ ସାମ୍ବାଦିକ ସମ୍ବିତ କାର୍ଯ୍ୟକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ଏକ୍ସରେ ଭିଡିଓ ପୋଷ୍ଟ କରି ପ୍ରଶଂସା କରିଛି। । ଉତ୍ତମ ନାଗରିକର କର୍ତ୍ତବ୍ୟ ନିର୍ବାହ କରିଥିବାରୁ ସାଧୁବାଦ ଜଣାଇଛି।






