ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲଙ୍ଗଳପାକନା ଘାଟିରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ଲୁହା ବୋଝେଇ ଟ୍ରକ୍ । ଗାଡି ଭିତରେ ଚାପି ହୋଇ ରହିଛି ଡ୍ରାଇଭର । ଡ୍ରାଇଭର ଜୀବିତ ଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୩୨୬ ନମ୍ୱର ଜାତୀୟ ରାଜପଥ ବୈପାରୀଗୁଡା ଥାନା ଅନ୍ତର୍ଗତ ଲଙ୍ଗଳପାକନା ଘାଟିରେ ଏଭଳି ଘଟଣା ଘିଟିଛି । ସୂଚନା ମୁତାବକ, ଲୁହା ବୋଝେଇ ଟ୍ରକ୍ଟି ରାଇଘର ଠାରୁ ତାଲିମନାଡୁ ଅଭିମୁଖେ ଯାଉଥିଲା ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଲଙ୍ଗଳପାକନା ଘାଟିରେ ଟ୍ରକ୍ଟି ଓଲଟି ପଡ଼ିଥିଲା । ଗାଡ଼ି ଭିତରେ ଡ୍ରାଇଭର ଚୋପି ହୋଇ ରହିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚିଛି । ଜେସିବି ମେସିନ ଏବଂ କଟର ସାହାଯ୍ୟରେ କାଟି ଗାଡ଼ି ଭତରୁ ଡ୍ରାଇଭରକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ।






