ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଲାଠିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସରୋଜ କୁମାର ରଣସିଂ, ସ୍ଥାନୀୟ ସରପଞ୍ଚ ସରସ୍ୱତୀ ପଗଡ଼, ସମିତି ସଭ୍ୟା ସଂନ୍ଧ୍ୟାରାଣୀ ବେହେରା, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଚତୁର୍ଭୁଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଧାନଶିକ୍ଷକ ପ୍ରତାପ ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉଦଯାପନ କାର୍ଯ୍ୟକ୍ରମରେ ନିଦ୍ଦିଷ୍ଟ ଲକ୍ଷରେ ପହଞ୍ଚିବା ପରେ ଅନ୍ୟମାନଙ୍କ ସେହି ସ୍ଥାନରେ ପହଞ୍ଚିବା ପାଇଁ ପ୍ରେରଣା ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ । ସାମ୍ରାଜ୍ୟବାଦ ଶିକ୍ଷାରୁ ଦୂରେଇବାର ଆବଶ୍ୟକତା ରହିଛି । ଯାହା ଇତିହାସରେ ଅଛି, ତାକୁ କେହି ବି ବଦଳାଇ ପାରିବେ ନାହିଁ ବୋଲି ଡ. ସାହୁ କହିଥିଲେ । ବାପା ମା ଛାତ୍ରଛାତ୍ରୀଙ୍କ ପ୍ରଥମ ଗୁରୁ । ଗ୍ରାମବାସୀଙ୍କ ସହଯୋଗ ବିନା ବିଦ୍ୟାଳୟର ଉନ୍ନତୀ ହୋଇପାରିବ ନାହିଁ । ଛୋଟିଆ ଅନୁଷ୍ଠାନ ଆଜି କଳ୍ପବଟରେ ପରିଣତ ହୋଇଛି ବୋଲି କହିଥିଲେ । ଏହି ଅବସରରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।






