Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ନିଯୁକ୍ତି ମାମଲା, ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

by ସଞ୍ଜୟ ସ୍ୱାଇଁ
April 17, 2025
in NATIONAL NEWS
ଶିକ୍ଷକ ନିଯୁକ୍ତି ମାମଲା, ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି
105
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଦୋଷ ଶିକ୍ଷକଙ୍କ ଚାକିରି ନଯିବାକୁ ଅନୁମତି ଦେଇଛନ୍ତି । ୯ ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ତଥାପି, ସୁପ୍ରିମକୋର୍ଟ ଏହି ବିଷୟରେ ମତାମତ ଦେଇ କହିଛନ୍ତି ଯେ କୌଣସି ଅଣ-ଶିକ୍ଷକ, ସେ ଦାଗୀ ହୁଅନ୍ତୁ କିମ୍ବା ଅନ୍ୟଥା । ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ନିର୍ଦ୍ଦୋଷ ଶିକ୍ଷକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ସଦୃଶ। କୋର୍ଟ କହିଛନ୍ତି ଯେ ଛାତ୍ରମାନଙ୍କ ପାଠପଢ଼ା ପ୍ରଭାବିତ ହେବା ଉଚିତ୍ ନୁହେଁ। ନୂତନ ଚୟନ ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଜାରି ରଖିବାକୁ SC ଅନୁମତି ଦେଇଛି। କୋର୍ଟ କହିଛନ୍ତି ଯେ ନିର୍ଦ୍ଦୋଷ ସହାୟକ ଶିକ୍ଷକଙ୍କ ପାଇଁ ଏହି ନିର୍ଦ୍ଦେଶ ଦେବା ପାଇଁ ଆମକୁ ପ୍ରେରଣା ନିଶ୍ଚୟ । ତେବେ ମତାମତ ଦେବା ବେଳେ କୋର୍ଟ ସର୍ତ୍ତ ମଧ୍ୟ ରଖିଛନ୍ତି। କୋର୍ଟ କହିଛନ୍ତି ଯେ ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ମେ ୩୧ ସୁଦ୍ଧା ଜାରି କରାଯିବ । ପରୀକ୍ଷା ସମେତ ସମଗ୍ର ପ୍ରକ୍ରିୟା ଡିସେମ୍ବର ୩୧ସୁଦ୍ଧା ସମାପ୍ତ ହେବ। ରାଜ୍ୟ ସରକାର ଏବଂ କମିଶନ ମେ ୩୧ କିମ୍ବା ତା ପୂର୍ବରୁ ଏକ ସତ୍ୟପାଠ ଦାଖଲ କରିବେ । ଯେଉଁଥିରେ ବିଜ୍ଞାପନ ଓ କାର୍ଯ୍ୟକ୍ରମର ଏକ କପି ସଂଲଗ୍ନ କରାଯିବ । ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ସାରିବାକୁ କୁହାଯାଇଛି । ଯଦି ନିର୍ଦ୍ଦେଶ ଅନୁଯାୟୀ ବିଜ୍ଞାପନ ପ୍ରକାଶିତ ନ ହୁଏ । ତେବେ ଦଣ୍ଡ ଲାଗୁ କରିବା ସହିତ ଉପଯୁକ୍ତ ନିର୍ଦ୍ଦେଶ ପାସ କରାଯିବ। ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି । ଯେଉଁଥିରେ ଅନୁରୋଧ କରାଯାଇଛି ଯେ ବହିଷ୍କୃତ କର୍ମଚାରୀମାନଙ୍କୁ ଶିକ୍ଷାବର୍ଷ ଶେଷ ହେବା ପର୍ଯ୍ୟନ୍ତ କିମ୍ବା ନୂତନ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ, ସେମାନଙ୍କ ଚାକିରି ଜାରି ରଖିବାକୁ ଅନୁମତି ଦିଆଯାଉ। ସୁପ୍ରିମକୋର୍ଟ କଲିକତା ହାଇକୋର୍ଟର ସେହି ନିଷ୍ପତ୍ତିକୁ ସହମତି ଜଣାଇଛନ୍ତି । ଯେଉଁଥିରେ ରାଜ୍ୟ ସରକାରୀ ସ୍କୁଲ ପାଇଁ ୨୫,୭୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସ୍ପଷ୍ଟ ଭାବେ କହିଛନ୍ତି କି, ଚୟନ ପ୍ରକ୍ରିୟା ନଥିଲା ଠିକ୍ । ତଥାପି, କୋର୍ଟ କହିଛନ୍ତି ଯେ ଯଦିଓ ଦାଗୀ ପ୍ରାର୍ଥୀମାନେ ଚାକିରି ହରାଇବେ । ସେମାନଙ୍କୁ ସେମାନେ ପାଇଥିବା ଦରମା ଫେରସ୍ତ କରିବାକୁ କୁହାଯିବ ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରିଥିଲେ । ସେ କହିଥିଲେ ଯେ ପ୍ରଭାବିତ କର୍ମଚାରୀଙ୍କୁ ବଦଳି କରିବା ଅଧିକ ନ୍ୟାୟସଙ୍ଗତ ସମାଧାନ ହୋଇଥାନ୍ତା। ସେ ଆହୁରି କହିଥିଲେ କି, ମୋର ଗୋଟିଏ ପ୍ରଶ୍ନ, ଯଦି ଜଣେ ବିଚାରପତିଙ୍କ ଘରୁ କୋଟି କୋଟି ଟଙ୍କା ଉଦ୍ଧାର ହେବା ପରେ ବଦଳି କରାଯାଉଛି । ତେବେ ୨୫, ହଜାର ଶିକ୍ଷକଙ୍କୁ ବି ବଦଳି କରାଇପାରିଥାନ୍ତେ । ସେ ସାମ୍ପ୍ରତିକ ବିବାଦକୁ ଉଲ୍ଲେଖ କରି ଏପରି କହିଛନ୍ତି। ତାଙ୍କ କହିବା କଥା ଆମର କୌଣସି ବିଚାରପତିଙ୍କ ବିରୋଧରେ କହିବାର କୌଣସି ଅଧିକାର ନାହିଁ । କିନ୍ତୁ, ଜଣେ ସାଧାରଣ ନାଗରିକ ଭାବେ, ମୋର କହିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ମୁଁ ରାୟକୁ ଗ୍ରହଣ କରିପାରିବି ନାହିଁ ବୋଲି ବାନାର୍ଜୀ ରୋକ୍‌ଠୋକ୍ କହିଛନ୍ତି । ଆମେ ଜଣେ ବିଚାରପତିଙ୍କୁ ସମାଲୋଚନା କରିପାରିବୁ ନାହିଁ । କିନ୍ତୁ ଆମେ ମାନବିକତା ଆଧାରରେ ଆମର ମତ ରଖିପାରିବୁ ଏଥିରେ କୌଣସି ଭୁଲ୍ ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!