Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ଶ୍ରୀକାନ୍ତ ଓ ଶୁଭଦ୍ରା

by ସଞ୍ଜୟ ସ୍ୱାଇଁ
April 17, 2025
in Sports, State
ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ଶ୍ରୀକାନ୍ତ ଓ ଶୁଭଦ୍ରା
88
VIEWS
Share on FacebookShare on Twitter

ଭାପୁର,(ବାଘୁଆବାର୍ତ୍ତା): ବିଦ୍ୟାଳୟ ରାଜ୍ୟସ୍ତରୀୟ ସତର ବର୍ଷରୁ କମ ବେସବଲ ଦଳରେ ସ୍ଥାନ ପାଇଛନ୍ତି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଭାପୁର ବ୍ଲକ ଅଧିନ ବାଇଗୁଣିଆ ତନ୍ତୁବାୟ ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ର ଶ୍ରୀକାନ୍ତ ସାହୁ ଏବଂ ନବମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ବେହେରା। ଜିଲ୍ଲାର ଏକ ମାତ୍ର ବିଦ୍ୟାଳୟରୁ ଦୁଇ ଜଣ ଜାତୀୟ ସ୍ତରରେ ବେସବଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକଙ୍କ ତତ୍ଵାବଧାନରେ ସେ ପ୍ରଶିକ୍ଷଣ ନେ଼ଇ ଏହି ସଫଳତା ପାଇଛନ୍ତି। ବାଈଗୁଣିଆ ଗ୍ରାମର ସୁଭଦ୍ରାଙ୍କ ପିତା ମାନସ ବେହେରା ଜଣେ କୃଷକ ଓ ମା ସୁଲୋଚନା ବେହେରା ଜଣେ ଗୃହିଣୀ ଅଟନ୍ତି। ସେହି ଭଳି ବାଈଗୁଣିଆ ଗ୍ରାମପଞ୍ଚାୟତର ବୋରଗାଁ ଗ୍ରାମର ଶ୍ରୀକାନ୍ତଙ୍କ ପିତା ଭାସ୍କର ଚନ୍ଦ୍ର ସାହୁ ଜଣେ କୃଷକ ଓ ମା ଅର୍ଚ୍ଚନା ସାହୁ ଜଣେ ଗୃହିଣୀ ଅଟନ୍ତି।ସ୍କୁଲ ଗେମ୍ ଫେଡେରେସନ ଅଫ ଇଣ୍ଡିଆର ସତର ବର୍ଷ ରୁ କମ ବେସବଲ ପ୍ରତିଯୋଗୀତା ଦିଲ୍ଲୀ ଠାରେ ଆସନ୍ତା ତା ୨୨ ତାରିଖରୁ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥି ପାଇଁ ବାଲେଶ୍ବର ଜିଲ୍ଲାର ରଘୁନାଥ ହାଇ ସ୍କୁଲ, ମାର୍କୋଣା ଠାରେ ୧୫ ତାରିଖରୁ ରୁ ଆସନ୍ତାକାଲି ପଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଚାଲୁ ରହିଅଛି। ଏଥି ପାଇଁ ଉଭୟ ବାଳକ ଓ ବାଳିକାର ୨୮ ଜଣିଆ ରାଜ୍ୟ ଦଳ ୧୮ ତାରିଖ ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଚଳିତ ବର୍ଷ ଏହି ବିଦ୍ୟାଳୟରୁ ନୟାଗଡ ଜିଲ୍ଲାରୁ ସର୍ବାଧିକ ଭିନ୍ନ ବିଭାଗ ରେ ୩୨ଜଣ ରାଜ୍ୟସ୍ତରୀୟ ଏବଂ ୩ ଜଣ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯଗିତାରେ ଭାଗ ନେଇଛନ୍ତି। ଆଉ ମଧ୍ୟ କ୍ରୀଡ଼ା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ସମ୍ମାନ ଜନକ ୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଖେଳି ଜିଲ୍ଲାରେ ଏହି ବିଦ୍ୟାଳୟର ଛାତ୍ର ମାନେ ଚମ୍ପିୟାନ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ରଣା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ସମେତ ଅନେକ ବୃଦ୍ଧିଜୀବି ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!