ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡା ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉଦ୍ଘାଟନ କରି ସର୍ବ ପ୍ରଥମେ ରକ୍ତଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ସୁବର୍ଣ୍ଣ ଜୟନ୍ତି କମିଟିର କର୍ମକର୍ତ୍ତା ଏବଂ ଲାଠିପଡା ଗ୍ରାମର ସ୍ୱେଚ୍ଛାସେବି ମାନେ ଅଂଶ ଗ୍ରହଣ କରିଥିଲେ ।






