ନୟାଗଡ଼,(ବାଘୁଆବାର୍ତ୍ତା): ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ନାଟକ ମହୋତ୍ସବ ଷଷ୍ଠ ଦିବସରେ ଆଜି ବିଦ୍ୟା କନକ ସୃଜନ ଅନୁଷ୍ଠାନ ଭୁବନେଶ୍ୱର ପକ୍ଷରୁ ‘ଅଲ୍ଲି ଆଲୋକ ଆଲବର୍ଟ’ ମଞ୍ଚସ୍ଥ ହୋଇଯାଇଛି । ଷଷ୍ଠ ଦିବସରେ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ଦିଲ୍ଲୀପ ବଳବନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଟକକୁ ଦିଲ୍ଲୀପ ବଳବନ୍ତରାୟ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ପ୍ରସାଦ ମହାରଣ । ନାଟ୍ୟଧାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।





