ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ପିଏମଶ୍ରୀ ରାଧାମୋହନ ଜୀଉ ନୋଡାଲ ହାଇସ୍କୁଲର ଦୁଇ ଦିନିଆ ବାର୍ଷିକ ଉତ୍ସବ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉତ୍ସବକୁ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ଯ ବକ୍ତା ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଇଓ ଭକ୍ତି ବିନୋଦ ଶଲ,ପଞ୍ଚସଖା ସେତୁ କମିଟି ସଭାପତି ବ୍ରଜେନ୍ଦ୍ର ପ୍ରସାଦ ଧଳଂକ ସମେତ ବହୁ ମାନ୍ଯଗଣ୍ଯ ଅତିଥି ଯୋଗଦେଇଥିଲେ। ଇତ୍ଯବସରରେ ଅବସରପ୍ରାପ୍ତ ଶିକ୍ଷକଂକ ସମେତ ବହୁ ପ୍ରତିଭାଧରଂକୁ ସମ୍ବର୍ଦ୍ଧନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |






