Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଠିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ

by ସଞ୍ଜୟ ସ୍ୱାଇଁ
April 16, 2025
in Nayagarh, State
ଲାଠିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ
774
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଲାଠିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, କନ୍ଧମାଳ ପୁର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଜିଲ୍ଲା ପରିଷଦ ସରୋଜ କୁମାର ରଣସିଂ, ସ୍ଥାନୀୟ ସରପଞ୍ଚ ସରସ୍ୱତୀ ପଗଡ଼, ସମିତି ସଭ୍ୟା ସନ୍ଧ୍ୟାରାଣୀ ବେହେରା, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଚତୁର୍ଭୁଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରତାପ କୁମାର ଶତପଥିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଠ କଣ ଜାଣିନଥିବା ଲୋକ ଭବିଷ୍ୟତ ଚିନ୍ତା କରି ବିଦ୍ୟାଳୟ ଗଢ଼ିବାର ପରିକଳ୍ପନା କରିଥିଲେ ବୋଲି ନୟାଗଡ଼ ବିଧାୟକ କହିଥିଲେ ।

ଅନ୍ଧକାର ଦୁନିଆରୁ ଆଲୋକବର୍ତ୍ତିକା ସୃଷ୍ଟି କରିବା ପାଇଁ ଯେଉଁମାନେ ବିଦ୍ୟାଳୟ ଗଢ଼ିଥିଲେ ସେମାନଙ୍କୁ ସମ୍ବର୍ଦ୍ଧନା ଦେବାର ସମୟ ଆସିଛି । ବିଦ୍ୟାଳୟରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ଉକ୍ତ ବିଦ୍ୟାଳୟ ପାଇଁ ସମୟ, ଶ୍ରମ ଓ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ହୁଏ । ଶିକ୍ଷାନୁଷ୍ଠାନ ଜୟନ୍ତୀ ପାଳନ ପାଇଁ ଆଗଭର ହୋଇଥିବା ବ୍ୟକ୍ତିମାନେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଇଚ୍ଛା ଶକ୍ତି ଓ ମନବୃତ୍ତି ଦ୍ୱାରା ଏହା ସମ୍ଭବ ହୁଏ ବୋଲି କହିଥିଲେ । ବିଦ୍ୟାଳୟ ହେଉଛି ଆମ ମାନଙ୍କ ପାଇଁ ମନ୍ଦିର ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ । ଅନୁଭବ ଆପଣଙ୍କୁ କିଛିଦିନ ସତେଜ କରିବ ।

ମୋ ସ୍କୁଲ ଯୋଜନା ପୁରୁଣା ଛାତ୍ରଛାତ୍ରୀକୁ ଏକାଠି କରିବାର ଏକ ମାଧ୍ୟମ ସାଜିଛି ବୋଲି କହିଥିଲେ । ଆମ ଜିଲ୍ଲାରେ ଜିଲ୍ଲାପାଳ ଏକ ପାଇଲଟ୍ ପ୍ରୋଜେକ୍ଟ ଆଣିଛନ୍ତି, ଯାହାଦ୍ଵାରା ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଅଭାବ ରହିବ ନାହିଁ ବୋଲି ଅଧ୍ୟକ୍ଷ କହିଥିଲେ । ସେହିଭଳି ଭାବେ ଅନ୍ୟ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମାର୍ମିକ ଅଭିଭାଷଣ ରଖିଥିଲେ । କବି ଗୋପୀନାଥ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୦୨୨ ମସିହାରେ ୫ଟି ମାଧ୍ୟମରେ ବିଦ୍ୟାଳୟର ରୂପରେଖ ବଦଳିଛି । ଅନସୁଚିତ ଜାତି, ଜନତାତି ବିଦ୍ୟାଳୟ ଖୋଲିବାର ପ୍ରକିୟା ଜାରି ରହିଛି । ବିଦ୍ୟାଳୟର ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ୫୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ୫୦ବର୍ଷ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଅତିଥିଙ୍କ ଦ୍ୱାରା ସ୍ମରଣିକା ‘ବିରଭୂମି’ ଉନ୍ମୋଚନ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!