ପୁରୀ,(ବାଘୁଆବାର୍ତ୍ତା): ପୁରୀ ପୁଲିସକୁ ମିଳିଛି ବଡ଼ ସଫଳତା । ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଗିରଫ୍ କରିଛି । ମାଷ୍ଟର ମାଇଣ୍ଡି ଅଭିଯୁକ୍ତ ଠାରୁ ବାଇକ୍ ସହିତ ନଗଦ ୫୦ହଜାର ଟଙ୍କା ଓ ବାଇଢଙ୍ଗ ଗୁଣ୍ଡ ଜବତ କରିଥିବା ନେଇ ପୁରୀ ଏସପି ଡ଼ କର୍ଣ୍ଣୱଲ ବିଶାଲ ସିଂ ସୂଚନା ଦେଇଛନ୍ତି । ମିଳିଥିବା ସୂଚନାନୁସାରେ, ପୁରୀ ସହରରେ ହେଉଥିବା ଲୁଟ ସଂପର୍କରେ ନୂତନ ଏସପି ଶ୍ରୀ ସିଂ ନଜର ରଖିଥିଲେ । ଏବଂ ସନ୍ଧାନ ଜାରି ରଖୀଥିଲେ । ଲୁଟ ଓ ଡକାୟତୀ କରିବାରେ ଅନ୍ତଃରାଜ୍ୟ ଲୁଟେରାଙ୍କ ହାତ ଥିବା ପାଇଁ ଏସପି ତଦନ୍ତରେ ଟୁଇଷ୍ଟ ଦେଇ ଆଜି ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବିବେକକୁ ଗିରଫ କରିଛି । ତେବେ ଅଭିଯୁକ୍ତ ବିବେକ ନାମରେ ପୂର୍ବରୁ ପୁରୀ କୁମ୍ଭାରପଡ଼ା ଥାନା, ଭୁବନେଶ୍ୱର ଖଣ୍ଡଗିରି, ବରଗଡ଼, କ୍ୟାପିଟାଲ ଓ ଖାରବେଳ ନଗର ଥାନାରେ ବିଭିନ୍ନ ମାମଲା ଥିବା ସୂଚନାଛେଦଇଛନ୍ତି । ତେଣୁ ଆହୁରୀ ତଦନ୍ତ ଚାଲିଛି ଆଉ କେଉଁଠି କେଉଁଠି ଉକ୍ତ ଅଭିଯୁକ୍ତ ନାମରେ ମାମଲା ଅଛି ତାହାର ଅନୁସନ୍ଧାନ ଜାରି ରହିଛି ବୋଲି ଏସପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।






