ନୟାଗଡ଼, (ବାଘୁଆବାର୍ତ୍ତା): ପବିତ୍ର ମହାବୀର ଜନ୍ମ ଉତ୍ସବ ଉପଲକ୍ଷେ ତ୍ରିଦିନାତ୍ମକ ମହାଯଜ୍ଞ ମହା ସମାରୋହ ରେ ପାଳନ ହୋଇଯାଇଅଛି | ଅଧିବାସ ରେ କଳସ ଯାତ୍ରା କରି କଳସ ସ୍ଥାପନ କରାଯାଇଥିଲା ଏବଂ ପଣା ସଂକ୍ରାନ୍ତି ଦିବସ ରେ ମହାବୀର ଙ୍କ ଚଳନ୍ତି ପ୍ରତିମା ଙ୍କୁ ନାମ ମେଳ, ଘଣ୍ଟ, ତୁରୀ,କାହାଳୀ, ଛତୀ, ତ୍ରାସ, ଚାମର ଧରି ମହାଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା ମହାବୀର ସଂଘ ର ସଭ୍ୟମାନେ କରିଥିଲେ | ପ୍ରତ୍ୟେକ ଦିନ ଦହିପଣା, ସନ୍ଧ୍ୟା ସମୟ ରେ ଛେନାପଣା ଏବଂ ରାତ୍ର ସମୟ ରେ ପ୍ରସାଦ ସେବନ ବ୍ୟବସ୍ଥା ଶ୍ରଦ୍ଧାଳୁ ମାନ ଙ୍କ ପାଇଁ କରାଯାଇଥିଲା | ଦିନ ତମାମ ରାମଚରିତ ମାନସ ପାଠ କରୁଥିଲେ ସନ୍ଥ ଭୋଲାପୁରୀ ମହାରାଜ (ହରିଦ୍ୱାରା ) | ସନ୍ଧ୍ୟା ସମୟ ରେ ପ୍ରଵଚନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ବତୀ ( ଶ୍ରୀଧାମ ବୃନ୍ଦାବନ ) ଏବଂ ମନୋହର ଦାଶ ମହାରାଜ (ଜଗତସିଂହପୁର ) | ଯଜ୍ଞ କାର୍ଯ୍ୟକୁ ସମାପନ କରିଥିଲେ ଆଚାର୍ଯ୍ୟ ଶମ୍ଭୁ ପ୍ରିୟ ମିଶ୍ର (ଇଟାମାଟି )| ୧୦୮ ଆଳତୀ ପାଇଁ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିଲା | ମହାବୀର ସଂଘ ର ସମସ୍ତ ସଦସ୍ୟ ଏବଂ ଶିବାନନ୍ଦ ପରିବାର ସଭ୍ୟ ବୃନ୍ଦ ଙ୍କ ତତ୍ତ୍ୱlବଧାନ ରେ ଦ୍ୱାବିଂଶତ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି |





