Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ

by ସଞ୍ଜୟ ସ୍ୱାଇଁ
April 16, 2025
in Crime, State
ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ
441
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ନୟାଗଡ଼ ଜିଲା ଶରଣକୁଳ ଥାନା ଏସ୍‌ଆଇ ରାଜେଶ କୁମାର ଶ୍ରୀଚନ୍ଦନ (୨୦୧୭ ବ୍ୟାଚ୍‌) ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ରାଜେଶଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୭/୨୦୨୫) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ଏସ୍‌ଆଇ ରାଜେଶଙ୍କୁ ପଚରାଉଚରା କରାଯାଉଥିବାବେଳେ ବୁଧବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ଅଭିଯୁକ୍ତ ରାଜେଶଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶରଣକୁଳ ଥାନାରେ ଗତ ୬ତାରିଖରେ ରୁଜୁ ଏକ ହତ୍ୟା ଉଦ୍ୟମ ମାମଲା (ନଂ.୪୯/୨୦୨୫)ରେ ନୟାଗଡ଼ ସଦର ଥାନା ରାଉତରାପୁର ଅଞ୍ଚଳର ନିରଞ୍ଜନ ଦାସଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟ ଚାଲାଣ ପରେ ନିରଞ୍ଜନ ବିଚାରବିଭାଗୀୟ ହାଜତକୁ ଯାଇଥିଲେ। ବୁଧବାର ନୟାଗଡ଼ କୋର୍ଟରେ ନିରଞ୍ଜନଙ୍କ ଜାମିନ ଶୁଣାଣି ହେବାର ଅଛି। ରାଜେଶ ଉକ୍ତ ମାମଲାରେ ତଦନ୍ତ ଅଧିକାରୀ ଥିବାରୁ ସେ କେସ୍‌ ଡାଏରୀ ଦାଖଲ କରିବାର ଥିଲା। ଏଥିରେ ରାଜେଶ ସାହାଯ୍ୟ କରିବେ ବୋଲି କହି ନିରଞ୍ଜନଙ୍କ ଝିଅ ମୋନାଲିସାଙ୍କଠାରୁ ଟଙ୍କା ଦାବି କରିଥିଲେ। ଏ ସମ୍ପର୍କରେ ମୋନାଲିସା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସାରେ ରାଜେଶ ମୋନାଲିସାଙ୍କଠୁ ଥାନାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!