ରାଉରକେଲା, (ବାଘୁଆବାର୍ତ୍ତା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଭାଲୁପତ୍ରା ଗ୍ରାମରେ ଅଭାବନୀୟ ଘଟଣା, ଜେଲ ଫେରନ୍ତା ବାପାକୁ ହତ୍ୟା କରି ମାତୃହତ୍ୟାର ପ୍ରତିଶୋଧ ନେଲା ପୁଅ। ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ କିଛି ବର୍ଷ ଜେଲ ଯାଇଥିଲେ। ଗତ ଡିସେମ୍ବର ମାସରେ ସେ ଗାଁକୁ ଫେରିଥିଲେ। ଜେଲରୁ ଫେରିବା ପରେ ସେ ତାଙ୍କ ପୁଅକୁ ଅତ୍ୟାଚାର କରିଥିଲେ। ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇପଡ଼ିଥିଲା। ଏହାସହିତ ମା’ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଶେଷରେ ବାପାକୁ ହତ୍ୟା କରିବା ସହ ମା’ ହତ୍ୟାର ପୁଅ ପ୍ରତିଶୋଧ ନେଇଥିଲା। ବାପାକୁ ହତ୍ୟା କରିବା ପରେ ସାନପତରାପାଲି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା। ଅଭିଯୁକ୍ତକୁ ଧରି ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି।





