ନୟାଗଡ଼,(ବାଘୁଆବାର୍ତ୍ତା): ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ନାଟକ ମହୋତ୍ସବ ପଞ୍ଚମ ଦିବସରେ ଆଜି ନବୀନ ବର୍ଣ୍ଣାଳୀ ଭୁବନେଶ୍ୱର ପକ୍ଷରୁ ‘ତଟ ନିରଞ୍ଜନା’ ମଞ୍ଚସ୍ଥ ହୋଇଯାଇଛି । ପଞ୍ଚମ ଦିବସରେ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ନାଟକକୁ ଡ. ବିଜୟ ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ନବୀନ କୁମାର ପରିଡ଼ା । ନାଟ୍ୟଧାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।






