Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁରେ ବିଜୁ ଜୟନ୍ତୀ ପାଳିତ : ୧୦୨ ୟୁନିଟ ରକ୍ତ ସଂଗ୍ରହ

by ସଞ୍ଜୟ ସ୍ୱାଇଁ
March 5, 2021
in Nayagarh
ଓଡ଼ଗାଁରେ ବିଜୁ ଜୟନ୍ତୀ ପାଳିତ : ୧୦୨ ୟୁନିଟ ରକ୍ତ ସଂଗ୍ରହ
494
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡିଶାର ପ୍ରବାଦ ତଥା କିମ୍ବଦନ୍ତୀ ପୁରୁଷ ,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ଗାଁ ବ୍ଲକ ଏବଂ ଏନ.ଏ.ସି ତରଫରୁ ନିରାଡ଼ମ୍ବରଭାବେ ପାଳିତ ହୋଇଅଛି । ଏହି ଅବସରରେ ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ବିଜେଡି ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଅଛି ।ମୁଖ୍ୟତଃ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ତଥା ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶାକୁ ଉନ୍ନତି ପଥରେ ଆଗେଇ ନେବାପାଇଁ ଏବଂ ଅର୍ଥନୈତିକ ସ୍ଥିତିକୁ ଆଗେଇ ନେବା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।ଅନ୍ୟ ପକ୍ଷରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ତାଙ୍କର ସମୟପଯୋଗୀ ନିଷ୍ପତି ନେବା ,ପଞ୍ଚାୟତିରାଜ ତ୍ରିସ୍ତରୀୟ ବ୍ୟବସ୍ଥାରେ ମହିଳାଙ୍କୁ ସଶକ୍ତ କରାଇବା ନିମନ୍ତେ ଆଗେଇ ନେବା ଏବଂ ତାଙ୍କ ସାହସିକ ଓ ବଳିଷ୍ଠ ନେତୃତ୍ୱ ସହ ସେବା ମନୋଭାବମୂଳକ କାର୍ଯ୍ୟ ପ୍ରଭୃତି କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ବିସ୍ତୃତଭାବେ ଆଲୋକପାତ କରିଥିଲେ ।ଏଥି ସହିତ ତାଙ୍କ ସୁପୁତ୍ର ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ଶାସନ କାଳରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଓ ବିଭିନ୍ନ ସ୍ତରର ଲୋକଙ୍କ ପାଇଁ ହୋଇଥିବା ଏବଂ କାର୍ଯ୍ୟକାରୀ ହେଉଥିବା ଲୋକପ୍ରିୟ ଏବଂ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ତୃଣମୂଳ ସ୍ତରର ଲୋକଙ୍କୁ ଅବଗତ କରାଇବା ସହିତ ନିକଟତର ହେବାପାଇଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା କହିଥିଲେ । ଏହି ଅବସରରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ସ୍ଥାନୀୟ ପିମିଟ କଲେଜ ପରିସରରେ ଏକ ସ୍ବେଚ୍ଛାକୃତ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।ଏଥିରେ ସମୁଦାୟ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦସାହୁ ,ଯୁବ ସଂଗଠକ ପ୍ରଭାତ ପ୍ରଧାନ ,ବିଜନ ପାଇକରାୟ ,ଶ୍ରମିକ ନେତା ସୂର୍ଯ୍ୟକାନ୍ତ ପଟ୍ଟନାୟକ ,ଛାତ୍ରନେତା ଅମ୍ରିତ ପ୍ରିୟଦର୍ଶନ ପଣ୍ଡା ,ବରୁଣ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପିମିଟ କଲେଜ ସମ୍ପାଦକ ସୁଶୀଲ କୁମାର ପ୍ରଧାନ ଏବଂ ଛାତ୍ରଛାତ୍ରୀ ରକ୍ତଦାନ କରିବା ସହ ସହଯୋଗ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!