ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ହେଲ୍ପିଂ ହାଣ୍ଡସ ଫାଉଣ୍ଡେସନ ଆନୁକୁଲ୍ୟରେ ବିଶ୍ଵ ଛେନାପୋଡ଼ ଦିବସ ନୂଆ ରଜବାଟି କଲ୍ୟାଣମଣ୍ଡପଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଛେନାପୋଡ଼ ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ପୁଅ ସୁମନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ସୁନାମ ଅର୍ଜନ କରିବାକୁ ଚାହୁଁଥିବା ଲୋକ ଛେନାପୋଡ଼କୁ ନେଇ ଗର୍ବ କରୁଛି। ବିବାଦ ସୃଷ୍ଟିକାରୀ ସବୁବେଳେ ବିବାଦ ସୃଷ୍ଟି କରିବେ। ତାନସେନ ସିଂଙ୍କ ଗୀତ ଛେନାପୋଡ଼ ନୟାଗଡ଼ର ବୋଲି ବହୁ ପୂର୍ବରୁ ପରିଚିତ କରିଛି।

ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ସାହୁଙ୍କ ଦ୍ଵାରା ଛେନାପୋଡ଼ କାଟି ଦିବସ ପାଳନ କରାଯାଇଥିଲା। ଅପ୍ରେଲ ୧୧ ତାରିଖ ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ଛେନାପୋଡ଼ ଦିବସ ପାଳନ କରୁଥିବାରୁ ହେଲ୍ପି ହାଣ୍ଡସ ଫାଉଣ୍ଡେସନ ସଦସ୍ୟଙ୍କୁ ବିଧାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଜୟେନ୍ଦ୍ର କୁମାର ବେହେରା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ସୁଦର୍ଶନ ସାହୁଙ୍କ ପରିବାର ଯୋଗ ଦେଇଥିଲେ। ଛେନାପୋଡ଼ ବ୍ୟବସାୟରେ ସଫଳତା ପାଇଥିବା ଅନେକ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।






