ନୟାଗଡ, (ବାଘୁଆବାର୍ତ୍ତା): ଓଡ଼ିଆ ପକ୍ଷ ଅବସରରେ ଏପ୍ରିଲ ୧୧ ତାରିଖରେ ” ଯୁବ ଲେଖକ ସମ୍ମିଳନୀ” ନୟାଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଥିଲା। ଏଥିରେ ନୟାଗଡ ବ୍ଲକ ଆୟୋଜକ ବ୍ଲକ ଏବଂ ସହଭାଗୀ ବ୍ଲକ ନୂଆଗାଁ ବ୍ଲକ ମିଶି ଆୟୋଜନ କରିଥିଲେ। ଏଥିରେ ନୟାଗଡ ବ୍ଲକ ଅଧକ୍ଷ ଶ୍ରୀ କିଶୋର ଚନ୍ଦ୍ର ସାହୁ, ବିଡ଼ିଓ ନୟାଗଡ ଶ୍ରୀମତୀ ଐଶ୍ୱର୍ଯ୍ୟା ଭୂୟାଁ, ଡିସିଓ ନୟାଗଡ ଶ୍ରୀମତୀ ସୁଜାତା କୁମାରୀ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀର ସଂଯୋଜକ ଶ୍ରୀ ଶରତ ଆଚାର୍ଯ୍ୟ, ଶ୍ରୀ ଅଶୋକ କୁମାର ନାୟକ ଏବଂ ଶ୍ରୀ ମଦନ ମୋହନ ପ୍ରଧାନ ଉପସ୍ଥିତ ଥିଲେ।

ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା ଯେଉଁଥିରେ କି ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଗଳ୍ପ, କବିତା ଏବଂ ପ୍ରବନ୍ଧ ଭଳି ପ୍ରତିଯୋଗିତାରେ ଯୋଗଦାନ କରିଥିଲେ ।ଏହାକୁ ସ୍ଵର୍ଣ୍ଣ ସରିକା ଜେନା ବିସସଓ ନୂଆଗାଁ, ପ୍ରିତମ କୁମାର ମହାରଣା ବିସସଓ ନୟାଗଡ, ଆକାଶ କୁମାର ଦାସ, ଲକ୍ଷ୍ମୀଧର ମଲ୍ଲିକ, ସରୋଜ କୁମାର ବେହେରା ପରିଚାଳନା କରିଥିଲେ।






