ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ଅରୁଣ ସାଏ ପଟେଲ । ତାଙ୍କ ଘର ସରଗାଡ଼ କଲୋନୀପଡ଼ାରେ ବୋଲି ଜଣାପଡ଼ିଛି। ନିଶା କାରବାର ଓ ନିଶାସେବନକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।





