Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ର ଅସ୍ମିତା ଛେନାପୋଡ : ଅରୁଣ

by ସଞ୍ଜୟ ସ୍ୱାଇଁ
April 10, 2025
in Nayagarh, State
ନୟାଗଡ଼ର ଅସ୍ମିତା ଛେନାପୋଡ : ଅରୁଣ
349
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତା କାଲି ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ଏଥି ନିମନ୍ତେ ଚଳଚଞ୍ଚଳ ନୟାଗଡ଼ ବାସୀ । ନୟାଗଡ଼ ଛେନାପୋଡକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଯାରି ରହିଛି । ଆସନ୍ତା କାଲି କିପରି ଏହି ପର୍ବକୁ ସରସ ସୁନ୍ଦର ଭାବେ ପାଳନ କରାଯିବ ଏଥି ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୟାଗଡ଼ର ଛେନାପୋଡ଼ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏପ୍ରିଲ ୧୧କୁ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରଠାରୁ ଆରମ୍ଭ କରି ଦେଶ ବିଦେଶରେ ଆସନ୍ତା କାଲି ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯିବ । ଏଥି ନିମନ୍ତେ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏକ ସମୀକ୍ଷା କରି ନୟାଗଡ଼ ଛେନାପୋଡ଼ କିପରି ସାରା ବିଶ୍ୱରେ ପରିଚିତ ହେବ ସେଥି ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ନୟାଗଡ଼ ଛେନାପୋଡ ନୟାଗଡ଼ର ଅସ୍ମିତା ବୋଲି ପ୍ରକାଶ କରିଥିଲେ ।

ଆସନ୍ତା କାଲି ଦିବସକୁ ପ୍ରତ୍ୟେକ ଘରେ ଘରେ ପାଳନ କରିବା ପାଇଁ ଡ. ସାହୁ ଆହ୍ୱାନ ଦେଇଛନ୍ତି । ଆଜି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେବା ସହିତ ବିଭିନ୍ନ ରାଜନୈତିକ ନେତୃମଣ୍ଡଳୀ ଯୋଗ ଦେଇ ଆସନ୍ତା କାଲି ଛେନାପୋଡ ଦିବସକୁ କିପରି ଭଲ ଭାବରେ ପାଳନ କରାଯିବ ସେଥି ନିମନ୍ତେ ଆଲୋଚନା କରିଛନ୍ତି । ନୟାଗଡ଼ର ହେଲ୍ପିଂ ହାଣ୍ଡସର କର୍ମକର୍ତ୍ତା ମାନେ ଆସନ୍ତା କାଲି ସନ୍ଧ୍ୟା ସମୟରେ ନୂଆ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ଏହି ଦବସକୁ ପାଳନ କରିବାକୁ ଯାଉଛନ୍ତି । ଏଥି ସହିତ ବିଭିନ୍ନ ଅନୁଷ୍ଠାନ ମଧ୍ୟ ପାଳନ କରିବେ ବୋଲି ଜଣା ପଡିଛି । ଆଜିର ପସ୍ତୁତି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ବିଶ୍ୱ ଛେନାପୋଡ଼ ଦିବସକୁ ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଛେନାରେ ତିଆରି ଏହି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରୁ ସୃଷ୍ଟି । ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ ।

ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଓ ତାଙ୍କ ଜନ୍ମଦିନ କାହିଁକି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ମିଠା ଦୋକାନରେ ସଜେଇ ହୋଇ ରଖଯାଇ ସାରିଛି ଭିନ୍ନ ଭିନ୍ନ ସାଇଜର ଛେନାପୋଡ଼ । ସାରା ରାଜ୍ୟରେ ଛେନାପୋଡ଼ ଦିବସକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ । ଅଳ୍ପ ହେଉ କି ବହୁତ, କାଲି ଟିକେ ଛେନାପୋଡ଼ ଘରକୁ ନେବାକୁ ସମସ୍ତେ ଅନାଇ ବସିଛନ୍ତି । ତେବେ ଜାଣିଛନ୍ତି କି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି । ଏହି ସୁସ୍ବାଦୁ ମିଠାକୁ ସୁଦର୍ଶନ ସାହୁ ହିଁ ନିଜ ହାତରେ ପ୍ରଥମ ରୂପ ଦେଇଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି । ସେପଟେ ଉତ୍ସବ ପାଳନ ପାଇଁ ନୟାଗଡ଼ରେ ଜୋରଦାର ପ୍ରସ୍ତୁତି ଚାଲିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!