ନୟାଗଡ଼, (ବାଘୁଆବାର୍ତ୍ତା): ନିଜେ ଭିନ୍ନକ୍ଷମ ହୋଇସୁଦ୍ଧା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ବିକାଶ ତଥା ଥଇଥାନ ଅଧିକାର ଓ କଲ୍ୟାଣ ନିମନ୍ତେ ଦୀର୍ଘ ୩୭ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥବବା ଏବଂ ସେମାନଙ୍କ ସାମୁହିକ ବିକାଶ ନିମନ୍ତେ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ଦିବ୍ୟାଙ୍ଗ ଓ ଅସହାୟ ମାନଙ୍କ ନିମନ୍ତେ ଆଶ୍ରୟ ଦିବ୍ୟାଙ୍ଗ ସେବା ଗ୍ରାମ ଗଠନ କରି ଅହରହ ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିବା ସହ ନିୟମିତ ବ୍ୟବଧାନରେ ବର୍ତ୍ତମାନ ସୁଦ୍ଦା ୧୫୧ ଥର ରକ୍ତଦାନ ଓ ଏକ ହଜାରରୁ ଉର୍ଦ୍ଧ୍ୱ ରକ୍ତଦାନ ଶିବିରରେ ନିଜକୁ ସାମିଲି କରିଥିବା ରାଜ୍ୟର ଜଣାଶୁଣା ସାମାଜିକ କର୍ମୀ ତଥା “ଆଶ୍ରୟ”ର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କୁ କୋରାପୁଟ ଠାରେ “କୋରାପୁଟ ବ୍ଲଡ ଡୋନର ଆଣ୍ଡ ମୋଟିଭିଏଟରସ୍ ଫୋରମ” ପକ୍ଷରୁ ଜାତୀୟ “ନ୍ୟାସନାଲ କନଫେରେନ୍ସ ଓ ସେମିନାର” ଅବସରରେ ଦେଶର ଶ୍ରେଷ୍ଠ ରକ୍ତଦାତା ଭାବେ ସମ୍ମାନୀତ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥବବା ପ୍ରତିନିଧି ମାନଙ୍କ ଉପସ୍ଥିତିରେ କୋରାପୁଟର ଜିଳ୍ଲାପାଳ ଭି. କୀର୍ତ୍ତିୱାସନ ଲୋକନାଥ ଦାଶଙ୍କୁ ଦୋର ଶ୍ରେଷ୍ଠ ରକ୍ତ ଦାତା ଭାବେ “ହୀରୋ ଅଫ ହ୍ୟୁମାନିଟ୍” ସମ୍ମାନରେ ସମ୍ମାନିତ କରିଥିଲେ । ଏଠାରେ ସୁଚନା ଯୋଗ୍ୟଯେ ଲୋକନାଥ ଦାଶ ନିଜେ ଭିନ୍ନକ୍ଷମ ହୋଇ ଦିବ୍ୟାଙ୍ଗ ମାନଙ୍କ ବହୁବିଧ ବିକାଶ ନିମନ୍ତେ ନିଜକୁ ସମାଜ ସେବାରେ ଉତ୍ସର୍ଗୀକୃତ କରିବା ସହ ସେମାନେ କିପରି ଆତ୍ମ ନିର୍ଭରଶୀଳ ହେବେ ଅହରହ ସେମାନଙ୍କ ନିମନ୍ତେ ସମାଜ ସେବା କାର୍ଯ୍ୟ କରିବା ସହ ଆଶ୍ରୟ ସଂଙ୍ଗଠନ ଗଠନ କରି ବର୍ତ୍ତମାନ ଦିବ୍ୟାଙ୍ଗ ମାନଙ୍କ ସାମୁହିକ ବିକାଶ ନିମନ୍ତେ ଗବେଷଣା କରିବା ସହ ଦିବ୍ୟାଙ୍ଗ, ଅସହାୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଉତ୍ସର୍ଗୀକୃତ ସମାଜ କଲ୍ୟାଣ ସଂସ୍ଥାନ ଗଠନ କରିବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଓଡିଶାର ସର୍ବ ପ୍ରଥମ ସମର୍ପିତ ସ୍ୱର ତଥା ପ୍ରଥମ ସମ୍ବାଦ ପତ୍ର ଓ ପତ୍ରିକା ଅସହାୟଙ୍କୁ ସହାୟତାର ସ୍ୱର ‘ଆଶ୍ରୟ’ ର ସମ୍ପାଦନା ମଧ୍ୟ କରୁଅଛନ୍ତି । ଉକ୍ତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଶେଖ୍ ଇବ୍ରାହିମ୍, ଜି. ସଞ୍ଜୀବ କୁମାର, କୋରାପୁଟର ବିଧାୟକ ରଘୁରାମ ମାଛ, ନେପାଳର ପ୍ରତିନିଧି ବାଳକୃଷ୍ଣ ଶ୍ରେଷ୍ଠ ଏବଂ ଦୁର୍ଗାପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।





