ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଦ୍ରୃତ ଗତିରେ ବୃଦ୍ଧି ପାଉଛି । ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ୪ଟି ନାବାଳିକା ବିବାହକୁ ଚାଇଲ୍ଡ ଲାଇନ, ପୁଲିସ ଏବଂ ପ୍ରଶାସନ ମିଳିତ ଉଦ୍ୟମରେ ବନ୍ଦ କରିଛନ୍ତି । ସେଥିମଧ୍ୟରେ ଓଡ଼ଗାଁ ବ୍ଲକରେ ୨ଟି ଏବଂ ରଣପୁର ବ୍ଲକରେ ୧ଟି ଏବଂ ଭାପୁର ବ୍ଲକରେ ୧ଟି ମାମଲା ରହିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ଭାପୁରର ୧ଟି ଏବଂ ଓଡ଼ଗାଁର ୧ଟି ନାବାଳିକା ବିବାହ ଅନୁଷ୍ଠିତ ହୋଇ ସାରିଥିବା ବେଳେ କନ୍ୟାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିରେ ହାଜର କରଯାଇଥିବା ସୂଚନା ମିଳିଛି । ନାବାଳିକା ବିବାହ କରିଥିବା କାରଣରୁ ଏହି ଦୁଇଟି ମାମଲାରେ ଏତଲା ଦେବାକୁ ପରାମର୍ଶ ଦିଆଯାଇଛି । ରଣପୁର ଘଟଣାରେ ମଧ୍ୟ ଷ୍ଟେସନ୍ ଡାଏରି କରା ଯାଇଥିବା ସୂଚନା ମିଳିଛି ।






