ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମହାନ ଜନନାୟକ, ଝଡ଼ର ଇଗଲ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ତମ ଜନ୍ମ ଜୟନ୍ତୀ । ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପଞ୍ଚାୟତିରାଜ ଓ ଲୋକ ସେଭା ଦିବସ ଭାବେ ପାଳନ କରୁଛି । ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ହଜାରରୁ ଉର୍ଦ୍ଧ ମୋ ସେବା କେନ୍ଦ୍ର ଓ ଓଡ଼ିଶାୱାନ ପୋର୍ଟାଲର ଲୋକାର୍ପିତ କରି ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ, ସେବା ଓ ସମ୍ମାନ ହେଉଛି ଏ ସରକାରର ମୂଳମନ୍ତ୍ର । ଲୋକ ହେଉଛନ୍ତ ଗଣତନ୍ତ୍ରର ପ୍ରମୁଖ ମାଲିକ ।ଣେଲାକମାନଙ୍କୁ ସେବା ଓ ସମ୍ମାନ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ମୂଳଲକ୍ଷ । ତେଣୁ ଆଗାମୀ ଦିନରେ ସବୁ ପଞ୍ଚାୟତରେ ଗୋଟାଏ ଗୋଟାଏ ମୋ ସେବା କେନ୍ଦ୍ର । ଏହା ମାଧ୍ୟମରେ ୮ହଜାର ଯୁବକ ଯବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ । ୫-ଟି ଉପକ୍ରମ ଅନୁଯାୟୀ ଏହି ବୋ ଯୋଗାଇ ଦିଆଯିବ । ଏହି ଦୁଇଟି କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗଣାତ୍ମକମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ ଫାଣ୍ଡିଆନ ପରିଚାଳନା କରିଥିବା ବେଳେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଥିବା ବିଧାୟକ ଓ ସାଂସଦଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।






