ନୟାଗଡ଼,(ବାଘୁଆବାର୍ତ୍ତା): ନକଲି ଆଦେଶନାମା ଦେଇ ଜେଲ ଗଲେ ଓକିଲ । ଓକିଲଙ୍କ ଉପରେ ସନ୍ଦେହ କରି ପୁଲିସ କୋର୍ଟ ସହିତ ଯୋଗାଯୋଗ କଲା ପରେ ଧରା ପଡିଲା ଓକିଲଙ୍କ ଜାଲିଆତି । ଯାହାଫଳରେ ପୁଲିସ ଉକ୍ତ ଓକିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ କୋର୍ଟରେ ଓକିଲଙ୍କ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସୂଚନାନୁସାରେ, ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ ଚାଳକର ମୃତ୍ୟୁ ହୋଇଥିଲା । ତେଣୁ ଏନେଇ ଯୁମୁପରା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଟ୍ରକଟିକୁ ଯୁମୁପରା ପୁଲିସ ଜବତ କରି ଥାନାରେ ଅଟକ ରଖିଥିଲା । କିନ୍ତୁ ଟ୍ରକଟିକୁ ଖସାଇବା ପାଇଁ ମିଥ୍ୟା ଆଦେଶନାମା ନେଇ ଥାନାରେ ଓକିଲ ପହଞ୍ôଚଥିଲେ । ସେଠାରେ ଓକିଲଙ୍କ କାର୍ଯ୍ୟକଳାପ ପୁଲିସକୁ ସନ୍ଦେହ ଘେରକୁ ଆଣିଥିଲା । ତେଣୁ ଥାନା କର୍ମଚାରୀ କୋର୍ଟଙ୍କ ସହିତ ଯୋଗାଯୋଗ କରିବା ପରେ ଓକିଲ ଅସଲ ମୁଖା ଖୋଲିଥିଲା । ତେଣୁ ଓକିଲକୁ ପୁଲି ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ କୋର୍ଟରେ ଓକିଲଙ୍କ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ଯିବାକୁ ପଡିଛି ବୋଲି ସୂଚନା ମିଳିଛି ।






