Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ

by ସଞ୍ଜୟ ସ୍ୱାଇଁ
April 7, 2025
in Nayagarh, Sports, State
ନୟାଗଡ଼ରେ ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ
169
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆରେ ଫାଓ, କଟକ, ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଅଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଚମ୍ପିୟାନସିପ ସୋମବାର ସକାଳ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି |ପ୍ରଥମ ମ୍ୟାଚଟି ମର୍ଣ୍ଣିଙ୍ଗ ସ୍ପୋର୍ଟ୍ସ କ୍ଲବ ନୟାଗଡ଼ ଏବଂ ପୋଲ ଷ୍ଟାରସ ସ୍ପୋର୍ଟ୍ସ ରାଜପଟଣା ମଧ୍ୟରେ ଖେଳାଯାଇ ଉଭୟ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଖେଳ ଅମୀମାଂଶିତ ରହିଥିଲା |ସେହିପରି ଅପରାହ୍ନରେ ଖେଳା ଯାଇଥିବା ଦ୍ଵିତୀୟ ମ୍ୟାଚକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଉଦ୍ଘାଟନ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ ଟି ୟୁଥ ସ୍ପୋର୍ଟ୍ସ କ୍ଲବ ବାଇଗୁଣିଆ ଏବଂ ମଧୁକେଶ ଅଥଲେଟିକ କ୍ଲବ ନାଗମୁଣ୍ଡୁଳି ମଧ୍ୟରେ ଅନୁଷ୍ଠିତ ହୋଇ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଏହି ଖେଳଟି ମଧ୍ୟ ଅମୀମାଂଶିତ ଭାବେ ଶେଷ ହୋଇଥିଲା |

ଲିଗ ପର୍ଯ୍ୟାୟ ଭିତ୍ତିରେ ସାତଦିନ ଧରି ଖେଳା ଯିବାକୁ ଥିବା ଏହି ଖେଳର ଫାଇନାଲ ଖେଳ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ହେବ |୧୫ ବର୍ଷରୁ କମ ବର୍ଗରେ ଖେଳା ଯାଉଥିବା ଏହି ଖେଳରୁ ଜିଲ୍ଲା ସ୍ତରରେ ଏକ ଭଲ ଫୁଟବଲ ଟିମ ନିର୍ଣ୍ଣୟ ପାଇଁ ଏହି ଖେଳ ଖେଳା ଯାଉଛି |ଏହି ଖେଳରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡାଧିକାରିଣୀ ସୁଜାତା ସାହୁ, ଜିଲ୍ଲା ଅଥଲେଟିକ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାସ, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡାଧିକାରୀ ଆଲୋକ ଦାଶ, ଜିଲ୍ଲା ଅଥଲେଟିକ ଆସୋସିଏସନ ପକ୍ଷରୁ ବିନାୟକ ପ୍ରସାଦ ରାଓ, ଅମୀୟ ମୋହନ ସାହୁ, କମରୁଦ୍ଦିନ ଖାଁ ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!