ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ପଞ୍ଚାୟତ ସମିତି ଏବଂ ଏନ.ଏ.ସିର ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭତ୍ତାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଏବଂ ଏନ.ଏ.ସିର ସମୁଦାୟ ୧୪୮ ଜଣ ହିତାଧିକାରୀଙ୍କୁ ବିଧବା ,ବାର୍ଦ୍ଧକ୍ୟ ,ଏବଂ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଅଛି ।ଓଡ଼ଗାଁ ବ୍ଲକର ସମୁଦାୟ ୧୧୩ ହିତାଧିକାରୀଙ୍କୁ ମଧ୍ୟରୁ ୪୦ ଜଣଙ୍କୁ ବାର୍ଦ୍ଧକ୍ୟ ,୫୪ ଜଣଙ୍କୁ ବିଧବା ଏବଂ ୧୯ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଅଛି ।ଠିକ ସେହିପରି ଏନ.ଏ.ସିର ୩୫ ହିତାଧିକାରୀଙ୍କୁ ମଧ୍ୟରୁ ୨୦ ଜଣ ବାର୍ଦ୍ଧକ୍ୟ,୧୦ ବିଧବା ଏବଂ ୫ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଅଛି ।ଆଜିର କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ ,ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ,ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ,ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ୱିନୀ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ ।






