Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିହାରରେ ନୀତୀଶ କୁମାରଙ୍କୁ ଝଟକା, ଜେଡିୟୁରୁ ଇସ୍ତଫା ଦେଲେ ୧୫ ମୁସଲିମ୍ ନେତା

by ସଞ୍ଜୟ ସ୍ୱାଇଁ
April 7, 2025
in NATIONAL NEWS
ବିହାରରେ ନୀତୀଶ କୁମାରଙ୍କୁ ଝଟକା, ଜେଡିୟୁରୁ ଇସ୍ତଫା ଦେଲେ ୧୫ ମୁସଲିମ୍ ନେତା
103
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା): ବିହାରରେ ଜେଡିୟୁକୁ ଝଟକା । ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଲାଗିଲା ଜୋରଦାର ଝଟକା । ଜେଡିୟୁ ଛାଡ଼ିଲେ ୧୫ ମୁସଲମାନ ନେତା । ୱାକଫ୍ ବିଲକୁ ନୀତୀଶଙ୍କ ସମର୍ଥନ ପରେ ଦଳ ଛାଡିଦେଲେ ମୁସଲମାନ ସଂପ୍ରଦାୟର ନେତା ଏଥିସହ ନୀତୀଶଙ୍କ ବିରୋଧରେ ଦେଲେ ବଡ ବୟାନ । ନିର୍ବାଚନ ପୂର୍ବରୁ ଦଳକୁ ଏହି ଝଟକା ଲାଗିବା ପରେ ଏବେ ଚାପରେ ଅଛନ୍ତି ନୀତୀଶ । ତେବେ ବିହାର ମୋତିହାରୀ ଜିଲ୍ଲାରେ ୧୫ ମୁସଲମାନ ନେତା ଏକା ସାଙ୍ଗରେ ଜେଡିୟୁ ଛାଡ଼ିଛନ୍ତି ଏବଂ ଆଗକୁ ଏହି ଦଳ ଛଡା ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି । ୱାକଫ୍ ବିଲକୁ ଜେଡିୟୁ ସମର୍ଥନ ଦେବା ପରେ ମୁସଲମାନ ନେତାଙ୍କର ଦଳରୁ ମୋହ ଭାଙ୍ଗିଛି ଆଉ ସେମାନେ ଅସନ୍ତୁଷ୍ଟ ହୋଇ ଦଳରୁ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ଢାକା ବିଧାନସଭା ନିର୍ବାଚନମଣ୍ଡଳୀରେ ଆସୁଥିବା ଏହ ଅଞ୍ଚଳ ମୁସଲମାନ ସଂପ୍ରଦାୟର ଲୋକେ ବାସ କରନ୍ତି । ତେବେ ଏକଦା ନୀତୀଶଙ୍କୁ ସେମାନେ ସେମାନଙ୍କ ହିତାକାଂକ୍ଷୀ ଭାବୁଥିଲେ ଆଉ ସମର୍ଥନ ମଧ୍ୟ ଦେଉଥିଲେ ହେଲେ ଏବେ ୱାକଫ୍ ବିଲକୁ ସମର୍ଥନ ଦେବା ପରେ ନୀତୀଶ ସେମାନଙ୍କ ଭରସା ଭାଙ୍ଗି ଦେଇଥିବା ମୁସଲମାନ ନେତାମାନେ ମତ ଦେଇଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଜେଡିୟୁ ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି । ଅନ୍ୟପଟେ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କଲାଣି । ଆଜି ରାହୁଲ ବେଗୁସରାଇରେ କହ୍ନେୟା କୁମାରଙ୍କ ବିଶାଳ ପଦଯାତ୍ରାରେ ସାମିଲ ହୋଇଥିବା ବେଳେ ଗତ ୪ ମାସରେ ୩ ଥର ବିହାର ଗସ୍ତ କରିବା ଜେଡିୟୁ ପାଇଁ ଏକ ଖୋଲା ଆହ୍ୱାନ ମଧ୍ୟ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!