Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଓଡ଼ିଶା ଗସ୍ତ

by ସଞ୍ଜୟ ସ୍ୱାଇଁ
March 4, 2021
in Feature News
ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଓଡ଼ିଶା ଗସ୍ତ
95
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍‌ ଲେନାଇନ୍‌ଙ୍କ ସହ ଏକ ପ୍ରତିନିଧି ଦଳ ଚାରିଦିିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ତାଙ୍କ ଗସ୍ତର ପ୍ରଥମ ଦିନ ଲୋକସେବା ଭବନସ୍ଥିତ ନୂତନ କନ୍‌ଭେନସନ୍‌ ହଲ୍‌ଠାରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପଦସ୍ଥ ଅଧିକାରୀମାନଙ୍କ ସହ ଦ୍ୱି-ପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ, ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଫ୍ରାନ୍ସ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ପରେ ଓଡ଼ିଶାରେ ରହିଥିବା ନୀଳ ଅର୍ଥନୀତି (ସାମୁଦି୍ରକ ଏବଂ ଉପକୂଳ ଉତ୍ପାଦ), ଅକ୍ଷୟ ଶକ୍ତି, ସ୍ମାର୍ଟ ସିଟି ପରିଚାଳନା ଉପରେ ଆଲୋକ ଚିତ୍ର ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓଡ଼ିଶାର ସୁଦୀର୍ଘ ଉପକୂଳରେ ଅନେକ ପର୍ଯ୍ୟଟନ ସମ୍ଭାବନା ରହିଥିବା ଦର୍ଶାଇ ଫ୍ରାନ୍ସରେ କରାଯାଇଥିବା ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ଭଳି ଏଠାରେ ବିକାଶ କରାଗଲେ ଏହା ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହୋଇପାରିବ ବୋଲି କହିଥିଲେ । ତା’ଛଡ଼ା ରାଜ୍ୟର ବଳକା ବିଦୁ୍ୟତ ଶକ୍ତି, ଗମନାଗମନର ସୁବିଧା, ରାଜ୍ୟରେ ଆନ୍ତର୍ଜାତିକ ବିମାନ ବନ୍ଦର, ଭରପୂର ଖଣିଜ ସଂପଦ ଏବଂ କୁଶଳୀ ମାନବସମ୍ବଳ ପ୍ରଭୃତି ରାଜ୍ୟକୁ ବହୁ କ୍ଷେତ୍ରରେ ଅଗ୍ରଣୀ କରିପାରିଛି ବୋଲି ସେ ଦର୍ଶାଇଥିଲେ । ସେହିପରି ଆମେ ଆମର ଉନ୍ନତ ଭିତ୍ତିଭୂମି ବିକାଶ କରି କ୍ରୀଡ଼ା ମାନଚିତ୍ରରେ ବିଶ୍ୱରେ ଆମର ଉପସ୍ଥିତି ଜାହିର କରିପାରିଥିବା ଦୃଷ୍ଟିରୁ ଏହିସବୁ କ୍ଷେତ୍ରରେ ଆମେ ଫ୍ରାନ୍ସ ସହ ସହଯୋଗ କରି ଆଗକୁ ବଢ଼ିପାରିବୁ । ଆମେ ବିଶ୍ୱର ସବୁ ଦେଶ ସହ ବାଣିଜି୍ୟକ କାରବାର ପାଇଁ ଦ୍ୱାର ଉନ୍ମୁକ୍ତ ରଖିଛୁ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓଡ଼ିଶା ଏକ ବିଦୁ୍ୟତ ବଳକା ରାଜ୍ୟ ବୋଲି କହିବା ସହ ଆମେ ଆଗକୁ ଭାସମାନ ସୋଲାର ଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଛୁ ଏବଂ ଏ କ୍ଷେତ୍ରରେ ଫ୍ରାନ୍ସର ସହଯୋଗ ଆଶା କରିଥିଲେ । ବିଶେଷ ଭାବେ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀର ପ୍ରଭୂତ ସୁଯୋଗ ରହିଥିବାରୁ ଏହି ନୀଳ ଅର୍ଥନୀତି ଉପରେ ଅନେକ ସମ୍ଭାବନାକୁ ରୂପ ଦିଆଯାଇପାରିବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା । ଏଥି ସହିତ ରାଜ୍ୟରେ କ୍ରୋମାଇଟ୍‌, ନିକେଲ, ଲୁହାପଥର ଓ କୋଇଲା ଭଳି ଖଣିଜ ସଂପଦ ଭରପୂର ମାତ୍ରାରେ ରହିଥିବା ହେତୁ ଶିଳ୍ପ ବିକାଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଥିବା ପ୍ରତିନିଧିମାନଙ୍କୁ କୁହାଯାଇଥିଲା । ପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏଥିରେ ସ୍ମାର୍ଟ ପାର୍କିଂ ସିଷ୍ଟମ, ସ୍ମାର୍ଟ ପାର୍କ, ଇନ୍‌ଟେଲିଜେଣ୍ଟ ପବ୍ଲିକ୍‌ ସର୍ଭିସ୍‌, ବହୁତଳ କାର ପାର୍କିଂ, ୧୯୨୯ କଲ୍‌ ସେଣ୍ଟରଗୁଡ଼ିକୁ ଏଏଫ୍‌ଡି ଏବଂ ଟିମ୍‌ର ସହଯୋଗରେ ସଂଚାଳନ କରାଯାଉଥିବା କୁହାଯାଇଥିଲା । ଏହି ଦ୍ୱି-ପାକ୍ଷିକ ଆଲୋଚନା ବୈଠକରେ ଓଡ଼ିଶା ସରକାରଙ୍କ ତରଫରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଶ୍ରୀ ସଂଜୟ କୁମାର ସିଂ, ମତ୍ସ୍ୟ ଓ ପ୍ରାଣୀସଂପଦ ବଭାଗର ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ଇଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତିନ ଭାନୁଦାସ ଜୱାଲେ ପ୍ରମୁଖ ଯୋଗଦେଇଥିବାବେଳେ ବିଭିନ୍ନ ବୈଷୟିକ, ବ୍ୟବସାୟିକ ସଂଘ ତରଫରୁ ଶ୍ରୀ ଜିତେନ୍ଦ୍ର କୁମାର ଶର୍ମା, ଶ୍ରୀ ରୂପମ୍‌ ବାନୁଟ୍‌, ଶ୍ରୀ ପଙ୍କଜ ବତ୍ସ ଯୋଗଦେଇ ଏହି ନୂତନ ସହଯୋଗ ଉପକ୍ରମରେ ନିଜ ନିଜର ଦକ୍ଷତା ଓ ପାରଦର୍ଶିତା କିପରି ରାଜ୍ୟକୁ ଆଗକୁ ନେଇପାରିବ ତାହା ସୂଚିତ କରିଥିଲେ । ଫ୍ରାନ୍ସର ଏହି ପ୍ରତିନିଧି ମଣ୍ଡଳୀରେ ସୁଶ୍ରୀ ଇମିଲିଆ କାର୍ଟିୟର, ବ୍ରୁନୋ ଭୋସ୍‌ଲେ, ନିର୍ଦ୍ଦେଶକ ଏଏଫ୍‌ଡି ଇଣ୍ଡିଆ, ଥୋମାସ୍‌ ସୋଲେଜ୍‌, ଫ୍ରାନ୍ସ ଦୂତାବାସର ବାଣିଜି୍ୟକ ମୁଖ୍ୟ, ଭର୍ଜିନ କୋଷ୍ଟେଭାଲ୍‌, କଲିକତାଠାରେ ଅବସ୍ଥାପିତ କନସୁଲ ଜେନେରାଲ ଅଫ୍‌ ଫ୍ରାନ୍ସ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିନିଧି ଦଳ ତାଙ୍କର ଓଡ଼ିଶା ରହଣି କାଳରେ ପୁରୀ, କୋଣାର୍କ, ଭୁବନେଶ୍ୱରର ସି-ଫୁଡ୍‌ ପାର୍କ, ଇନ୍‌ଫୋଭ୍ୟାଲି, ଜାଭିୟର୍‌ ୟୁନିଭରସିଟି, ଧଉଳିଗିରି, ଉଦୟଗିରି ପ୍ରଭୃତି ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!