ଗଜପତି, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଞ୍ଚଳରେ ବଡ଼ଧରଣର ଲୁଟ୍ । ଘରେ କେହିନଥିବାର ସୁଯୋଗ ପାଇ ନେଇଗଲେ ୩୯ ଭରି ସୁନା ଓ ୮୦ ହଜାର ଟଙ୍କା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଞ୍ଚଳର କୁମୁଟି ସାହିରେ ବାସ କରନ୍ତି ଟି. ପ୍ରଦୀପ । ସେ କିଛି ଦିନ ତଳେ ପରିବାରକୁ ନେଇ ତିରୁପତି ଯାଇଥିଲେ । ତିରୁପତି ଦର୍ଶନ କରି ସେ ଘରକୁ ଫେରିଥିଲେ । ହେଲେ ଘରେ ଦେଖିବାକୁ ବେଳକୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ବଡ଼ଧରଣର ଲୁଟ୍ କରିଛନ୍ତି । ଘରେ ଥିବା ସୁନା ଗହଣ ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ତେବେ ଲୁଟ୍ ହୋଇଥିବା ଜିନିଷ ମଧ୍ୟରେ ୩୯ ଭରି ସୁନା ଏବଂ ନଗଦ ୮୦ ହଜାର ଟଙ୍କା ରହିଛି । ସେପଟେ ଲୁଟ୍ ହୋଇଥିବା ନେଇ ପରିବାର ପକ୍ଷରୁ ଗାରାବନ୍ଧ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଆସି ଘଟଣାସ୍ଥଳରୁ ଛାନ୍ଭିନ୍ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମଧ୍ୟ ଖୋଳତାଡ଼ କରୁଛି ପୋଲିସ । ଏତେ ବଡ଼ ଲୁଟ୍ରେ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।





