ନୟାଗଡ, (ବାଘୁଆବାର୍ତ୍ତା): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଇଟାମାଟି ଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ଭାଇଭଉଣୀ ମାନେ ପ୍ରଭୁ ଶ୍ରୀରାମଚନ୍ଦ୍ର ,ଲକ୍ଷ୍ମଣ, ସୀତା ,ହନୁମାନଙ୍କ ବେଶ ଧାରଣ କରି ଆସିଥିଲେ । ସେମାନଙ୍କୁ ପ୍ରଥମେ ଭବ୍ୟ ସ୍ବାଗତ କରାଯାଇଥିଲା । ବିଦ୍ୟାଳୟର ବୌଦ୍ଧିକ ମଣ୍ଡପରେ ବନ୍ଦନା , ପ୍ରାର୍ଥନା ପରେ ସମସ୍ତ ବେଶଧାରୀ ମାନଙ୍କର ବନ୍ଦାଣ କରାଯାଇଥିଲା ।ପରେ ପରେ ସେମାନଙ୍କୁ ବହୁ ଆଡମ୍ବର ସହିତ ସଙ୍କୀର୍ତ୍ତନ କରି ଗାଁ ରେ ବୁଲାଯାଇଥିଲା । ଗ୍ରାମବାସୀ ଭବ୍ୟ ସ୍ବାଗତ କରିବା ସହିତ ବନ୍ଦାପନା କରି ମିଠା ,ସର୍ବତ ଇତ୍ୟାଦି ର ବ୍ୟବସ୍ଥା କରାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ଅଭିଭାବିକା ମାନଙ୍କ ସହିତ ବିଶ୍ବହିନ୍ଦୁ ପରିଷଦର ଭାଇ ମାନେ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ସମସ୍ତ ଗୁରୁଜୀ ଗୁରୁମା ,ସେବକ ସେବିକାଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା ।





