ବିଭିନ୍ନ ଆକର୍ଷଣୀୟ ମେଢ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ
ରଣପୁର, (ବାଘୁଆବାର୍ତ୍ତା): ଆଜି ପ୍ରବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଚଳ ହୋଇ ଉଠିଥିଲା । ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ରଣପୁରରେ ତୃତୀୟ ଥର ପାଇଁ ଧୁମ୍ଧାମ୍ ସହ ବିଶାଳ ଶୋଭାଯାତ୍ରା କରାଯାଇ ରାମନବମୀ ଉତ୍ସବକୁ ବହୁ ଆଡମ୍ବର ଭାବେ ପାଳନ କରାଯାଇଛି । ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା । ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓ ବଡଦାଣ୍ଡ ଗେରୁଆ ହନୁମାନ ପତକାରେ ଆଛାଦିତ ହୋଇ ଯାଇଥିଲା ।

ପରେ ଏକ ଶୋଭାଯାତ୍ରାରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀ ରାମଙ୍କର ପୂଜା ପାଠ ସହ ବେଦ ପାଠ କରାଯାଇ ଥିଲା । ସମଗ୍ର ବଡ ଦାଣ୍ଡ ହଜାର ହଜାର ରାମ ଭକ୍ତମାନଙ୍କ ରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା । ଦୀର୍ଘ ସମୟ ଧରି ପୂଜା ପାଠ ପରେ ଏକ ବିଶାଳ ଶୋଭାଯାତ୍ରା ସହ ସଂକୀର୍ତନ, ବାଜା, ବାଣ ରୋଷଣୀ ସହ ରଣପୁର ପରିକ୍ରମା କରିଥିଲେ । ରାମଧ୍ୱନିରେ ରଣପୁର ବଡଦାଣ୍ଡ କମ୍ପି ଥିଲା । ଏଥିରେ ଏକ ବାର ପୁଂଟର ରାମମୂତୀ ର୍ ଓ ହନୁମାନଙ୍କ ମୂର୍ତୀ ସାମିଲ ହୋଇଥିଲା । ଢୋଲ ,ଘଂଟ, ମାଦଳ ଓ ରାମ ଧ୍ୱନିରେ ରଣପୁରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଏଥିରେ ମୁଖ୍ୟତଃ ପାରମ୍ପରିକ ନୃତ୍ୟ ଓଡିଶୀ, ଘୋଡା ନାଚ, ଭାଲୁ ନାଚ, ଅଘୋରୀ ନୃତ୍ୟ, ପାଇକ ନୃତ୍ୟ, ଓଡିଶୀ ନୃତ୍ୟ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇ ନଗର ପରିକ୍ରମା କରାଯାଇ ଥିଲା । ଏହି ଶୋଭାଯାତ୍ରା ରେ ହଜାର ହଜାର ରାମ ଭକ୍ତ ସାମିଲ ହୋଇ ଏହି ମାହୋଲକୁ ଆନନ୍ଦର ସହ ଉପଭୋଗ କରିଥିଲେ । ଶୋଭାଯାତ୍ରାଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂବା ପରେ ଶ୍ରୀ ରାମଙ୍କର ଆଳତି କରାଯାଇଥିଲା । ହଜାର ହଜାର ରାମ ଭକ୍ତ ହାତ ରେ ପତକା ଧରି ବେକ ଓ ମସ୍ତକରେରେ ଉତରୀୟ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏଥିରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ପ୍ରଭୁ ରାମଚନ୍ଦ୍ରଙ୍କ ଭଜନରେ ଯୁବକ ମାନେ ଗୀତର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା । ଆଜି ରାମନବମୀ ଉପଲକ୍ଷ ରଣପୁର ସମସ୍ତ ମଠ ଓ ମନ୍ଦିରରେ ଧୁମଧାମରେ ପାଳନ ହେଇଥିବା ସାଙ୍ଗକୁ ରଣପୁର ବଜରଙ୍ଗ ଦଳ ଓ ଶ୍ରୀରାମ ସେନା ସଂଗଠନର ଆକର୍ଷଣୀୟ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଉଚ୍ଚାୟତ କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୫ ଘଂଟାର ଶୋଭାଯାତ୍ରା ପରେ ରାମ ଭକ୍ତମାନେ ରଣପୁର ଅଧୀଷ୍ଠତ୍ରି ଦେବୀ ମା ମଣିନାଗଙ୍କ ନିକଟରେ ପହଚିଂଥିଲେ ।

ଏହି ଶୋଭାଯାତ୍ରା ରଣପୁର ପରିକ୍ରମା କରିବା ବେଲେ ପ୍ରତି ଛକ ମାନଙ୍କରେ ଶହଶହ ଶ୍ରଦ୍ଧାଳୁ ମାନେ ଭିଡ ଜମାଇ ଥିବା ଦେଖିବାକୁ ମିଳିଥିଲା । ଶେଷରେ ମଣିନାଗ ପୀଠରେ ରାମ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ । ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନର ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସଫଳ ରୁପାୟନ କରିଥିଲେ । ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁଙ୍କ ତତ୍ୱାବଧାନରେ ରଣପୁର ପୋଲିସ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।





