ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ସଭାଗୃହରେ ମୋ ସ୍କୁଲ ଅଭିଯାନ କର୍ମଶାଳା ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ଓଡ଼ଗାଁ ବିଡିଓ ସ୍ୱାତିଲେଖା ଦାସ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଯୋଗଦେଇ କର୍ମଶାଳା ସମ୍ପର୍କରେ ପରାମର୍ଶ ଦେଇଥିଲେ । ସେହିଭଳି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ଲୋକନାଥ ସାହୁ, ବିଭୂପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ରହି କିଭଳି ମୋ ସ୍କୁଲ ଅଭିଯାନ ସହ ପୂରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ା ଯିବ ଏବଂ ବିଦ୍ୟାଳୟର ଉନ୍ନତୀ କରାଯିବ ସେ ନେଇ ଆଲୋଚନା କରିଥିଲେ ।






