ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଯାଇଛି । ଯାହାଫଳରେ ପୁଲିସର ସ୍ୱତନ୍ତ୍ର ଅଭିଯାନରେ ରାଜ୍ୟରେ ନିଖୋଜ ହୋଇଥିବା ଶିଶୁମାନଙ୍କ ସନ୍ଧାନ କରୁଛି । ଓଡ଼ିଶା ପୁଲିସର ଏହି ନିଆରା ପଦକ୍ଷେପ ଯୋଗୁଁ ରାଜ୍ୟରେ ନିଖୋଜ ଥିବା ଶିଶୁମାନଙ୍କ ମଧ୍ୟରୁ ଫେବୃୟାରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୧୬୦ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ୧୩୮ଜଣ ବାଳିକା ଓ ୨୨ଜଣ ବାଳିକା ଉଦ୍ଧାର କରାଯାଇଛି । ତେବେ ଏହି ଶିଶୁମାନଙ୍କ ନିଖୋଜ ଥିବା ଅଭିଯୋଗ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ୧୬୦ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାର ୨୬ଜଣ ଶିଶୁ ଉଦ୍ଧାର କରାଯାଇଥିବା ବେଳେ ଗଞ୍ଜାମ ୧୩ଜଣ ଓ ବାଲେଶ୍ୱର ଜିଲ୍ଲାର୧୨ଜଣ ଉଦ୍ଧାର କରାଯାଇଥିବା ନେଇ ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ମିଳିଛି ।






