ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆର୍ସେଲ ମିତ୍ତଲଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ସେଥିପାଇଁ ଆଜି ଆର୍ସେଲ ମିତ୍ତଲ ରାଜ୍ୟ ସରକାରଙ୍କ ସହିତ ଏମଓୟୂ ସ୍ୱାକ୍ଷର କରିଥିବା ଜଣାପଡିଛି । କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ହେବା ପରେ ଉକ୍ତ ପ୍ଲାଣ୍ଟରୁ ବାର୍ଷିକ ୧୨ନିୟୂତ ଟନ୍ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ ରଖିଛି ମିତ୍ତଲ କଂପାନୀ । ତେଣୁ ଏଥିପାଇଁ ଓଡ଼ିଶାରେ ୫୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ସୂଚନା ମିଳିଛି । ଆଜି ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ.ଏନ ମିତଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।






