ନୟାଗଡ଼,(ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ସୂଚନାନୁସାରେ, ଶାହାସପୁର ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ବାଗଙ୍କର ୨୦୧୦ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ୟୂସି ଦେବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ଉକ୍ତ ଅଫିସର ଜୁନିୟର କ୍ଲର୍କ ବିରଞ୍ôଚ ଖିଲାରଙ୍କ ଦ୍ୱାରା ପ୍ରଧାନ ଶିକ୍ଷକଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ରାଉଲକେଲା ଭିଜିଲାନ୍ସ ଡିଭିଜନର ଦ୍ୱାରସ୍ଥ ହୋଇଥିଲେ ପ୍ରଧାନ ଶିକ୍ଷକ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା । ବ୍ଲକ ଶିକ୍ଷା ଅଧିକାରୀଙ୍କ ସହିତ କିରାନୀକୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଲିଛି । ଉଭୟଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଛି ।






