ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଓଡ଼ିଶାରେ ନ ଥିଲେ ବି ମନ କିନ୍ତୁ ସବୁବେଳେ ଓଡ଼ିଆ। ସାତ ଦରିଆ ପାରି ସୁଦୂର ନରୱେରେ ପାଳିତ ହୋଇଛି ଓଡ଼ିଶା ଦିବସ। ନରୱେରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଓଡ଼ିଶା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଓଡ଼ିଶା ଆସୋସିଏସନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ ସହ ଓଡ଼ିଶୀ ନୃତ୍ୟ, ଓଡ଼ିଆ ହସ୍ତତନ୍ତ ଶାଢୀ ସହ ରାମ୍ପ ୱାକ୍ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡିଶୀ ନୃତ୍ୟଗୁରୁ ଡ. ମନୋଜ କୁମାର ବେହେରାଙ୍କ ଶିଷ୍ୟା ପ୍ରିୟଙ୍କା ପରିଡାଙ୍କ ଓଡିଶୀ ନୃତ୍ୟ ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲା। ଏଥିରେ ନରୱେରେ ରହୁଥିବା ସମସ୍ତ ଓଡ଼ିଆ ସାମିଲ ହୋଇ ଓଡ଼ିଶାର ପୂର୍ବ ପୁରୁଷଙ୍କ ଗାଥାକୁ ମନେ ପକାଇଥିଲେ ।






