ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ବିକାଶ ମଞ୍ଚ ତରଫରୁ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ରହୁଥିବା ନୟାଗଡ଼ ଜିଲ୍ଲାର ଯୁବକମାନେ ଏକଠିହୋଇଥିଲେ। ଏଥିପାଇଁ ଜିଲ୍ଲାର ଗୌରବ ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ମହାନ୍ତି ଏବଂ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିଠାରେ ଏଥିପାଇଁ ସମସ୍ତେ ଏକାଠି ହୋଇଥିଲେ। ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛେନାପୋଡ଼ କାଟି ପରସ୍ପରକୁ ଖୁଆଇବା ସହ ଜିଲ୍ଲା ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ପୂର୍ବର ନିଆଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିବା ସହ ଆସନ୍ତା ୧୧ ତାରିଖରେ ଛେନାପୋଡ଼ ଦିବସ ପାଳନ ବାବଦରେ ଆଲୋଚନା କରାଯାଇଥିଲା। ଏହ କାର୍ଯ୍ୟକ୍ରମରେ ନାୟଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା, ବରିଷ୍ଠ ସଦସ୍ୟ ଅମରେଶ ଦାସ, ଅନୁଷ୍ଠାନର ସହ ଆବାହକ ସୁବ୍ରତ କୁମାର ନାୟକ ଏବଂ ରାଜଧାନୀରେ ବସବାସ କରୁଥିବା ନୟାଗଡ଼ର ଅଧିବାସୀ ସାମିଲ ହୋଇଥିଲେ।






