ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷ ୨୦୨୫-୨୬ ର ପ୍ରଥମ ଦିନ ଉତ୍ସବ ତଥା ଉତ୍କଳ ଦିବସ ମହାଆଡମ୍ବର ରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିଶୁ ମାନଙ୍କର ଏବଂ ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପାଇଁ ମାଆ ମାନଙ୍କର କଳସ ଯାତ୍ରା ସହ ଶିଶୁ ମାନଙ୍କର ପୌରାଣିକ ବେଶ ରେ ପଦଯାତ୍ରା ଏବଂ ଯଜ୍ଞର ଆୟୋଜନ କରାଯାଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଗୁରୁମା ଉତ୍କଳ ଦିବସ ର ମହାନତା ଏବଂ ଓଡ଼ିଶା ଭୂମି ର ଗଠନ ଏବଂ ଏ ନିମନ୍ତେ ବିଭିନ୍ନ ମହାପୁରୁଷ ଙ୍କ ଅବଦାନ ବିଷୟ ରେ ବିହଙ୍ଗାବଲୋକନ କରାଇଥିଲେ । ଉକ୍ତ ଉତ୍ସବ ରେ ୫୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୩୦ ରୁ ଅଧିକ ମାଆ ମାନେ ସମସ୍ତ ପରିଚାଳନା ସମିତି ସଦସ୍ୟା ଏବଂ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥଲେ।





