ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ଶ୍ରୀ ବିଦୁ୍ୟତ ବିହାରୀ ସ୍ୱାଇଁଙ୍କୁ ରାଜ୍ୟ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ । ଏହି ଅବସରରେ ସଚିବ ଶ୍ରୀ ସାହୁ ଓଡ଼ିଶାରେ ‘ସ୍ପୁର୍ତ୍ତି’ ଯୋଜନା ଅଧୀନରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ସ୍ଥାପନ ପାଇଁ ଅନୁରୋଧ ଜଣାଇଥିଲେ । ସେହିପରି ଏହି କ୍ଷେତ୍ରରେ ବ୍ୟାଙ୍କ ଅର୍ଥ ଲଗାଣ ପରିମାଣ ବୃଦ୍ଧି, ପିଏମ୍ଇଜିପି ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ସେ କହିଥିଲେ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲେ ହେଁ କେନ୍ଦ୍ର ସଚିବ ଶୀ୍ର ସ୍ୱାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।






