ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ଥାନୀୟ ନିଉ ଜନତା ହଲରେ ମଞ୍ଚାୟନ ଓ ନାଟ୍ୟଧାରା ମିଳିତ ଆନୁକୂଲ୍ୟରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ । ଅନ୍ୟାନ୍ୟ ଅତିଥି ଭାବେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନାଟ୍ୟକାର ଓ ସାହିତ୍ୟିକ ବିଶ୍ୱନାଥ ମହାପାତ୍ର, ମଂଚାୟନ ଓ ନାଟ୍ୟଧାରା କର୍ମକର୍ତ୍ତା ଯଥା ନିରଞ୍ଜନ ନାୟକ, ସାହିତ୍ୟିକ, ଅନୁବାଦକ ଶରତ ଆଚାର୍ଯ୍ୟ, ପ୍ରମୋଦ ପଟ୍ଟନାୟକ, ସୁରେନ୍ଦ୍ର ସାହୁ, ଗୋବର୍ଦ୍ଧନ ପରିଡା ପ୍ରମୁଖ ଯୋଗଦେଇଥିଲେ । ୧୯୬୨ ମସିହାରୁ ପ୍ରଚଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ ।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପାଳନ କରି ସାଂସ୍କୃତିକ ତଥା ସମାଜକୁ ବାର୍ତା ଦେବାରେ ସଫଳିତ ଏହି କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ଏକକ ଅଭିନୟ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ବିଦ୍ୟାବିଜିତା ମହାନ୍ତି ଙ୍କ ଦ୍ୱାରା ପାରିବେଷିତ “ବେଟି ବଚାଓ ବେଟି ପଢ଼ାଓ” । ଯାହାକି ଦର୍ଶକ ମାନଙ୍କ ଦ୍ୱାରା ବେଶ ମନଛୁଆଁ ହୋଇପାରିଥିଲା । ସେହି ମହାବିଦ୍ୟାଳୟ ର ଆଉଜଣେ ଛାତ୍ରୀ ଅଭିଲିପ୍ସା ଏକକ ଅଭିନୟ କରିଥିଲେ ।

ସ୍କୁଲ ଛାତ୍ରୀ ମାନଙ୍କ ଓଡିଶୀ ନୃତ୍ୟ ପରିବେଷଣ ସାଙ୍ଗକୁ ଲୋକକଳା ଦାସକଠିଆ ପ୍ରଦର୍ଶିତ ହୋଇଥିଲା । ଛାତ୍ରୀ ବିଦ୍ୟାବିଜିତା ଙ୍କୁ ସମ୍ବର୍ଦ୍ଧିତ କରିବା ସାଙ୍ଗକୁ ଭାଗ ନେଇଥିବା ପ୍ରତ୍ୟେକ କଳାକାରଙ୍କୁ ମୁଖ୍ୟଅତିଥି, ଅନ୍ୟାନ୍ୟ ଅତିଥି ଏବଂ କର୍ମକର୍ତ୍ତା ସମ୍ବର୍ଦ୍ଧିତ ପୂର୍ବକ ପୁରସ୍କାର, ପ୍ରମାଣପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ନାଟକ ମାଧ୍ୟମରେ ଲୋକମାନଙ୍କୁ ଜାଗୃତି ତଥା ସଚେତନ କରିବାରେ ହେଉଛି ଏକ ସର୍ବୋକ୍ତୃଷ୍ଟ ମାଧ୍ୟମ ।





