Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷୀଙ୍କଠାରୁ ଦେଢ଼ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଲୁଟ

ସ୍ଲୋଗାନରେ ସୀମିତ କଟନୀ ଛଟନୀ

by ସଞ୍ଜୟ ସ୍ୱାଇଁ
March 27, 2025
in Nayagarh
ଚାଷୀଙ୍କଠାରୁ ଦେଢ଼ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଲୁଟ
210
VIEWS
Share on FacebookShare on Twitter

୪୬ କୋଟି ୫୦ ଲକ୍ଷ ହରିଲୁଟ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଧାନକିଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ ଧାନ ବିକ୍ରି କରିବା ପାଇଁ ୫୩ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ୫୦ ହଜାର ଚାଷୀ ଧାନ ବିକ୍ରି କରିଥିବା ଜଣାପଡ଼ିଛି । ଜିଲ୍ଲାର ୧୫୩ ସମବାୟ ସମିତି ଜରିଆରେ ଧାନକିଣାରେ ୧୫ ଜଣ ମିଲର ସାମିଲ ହୋଇଥିଲେ । କଟନୀ ଛଟନୀ ହେବ ନାହିଁ ବୋଲି ସରକାର ପ୍ରଥମରୁ ସ୍ଲୋଗାନ ଦେଇ ଆସୁଥିବା ବେଳେ ଜିଲ୍ଲାରେ କଟନୀ ଛଟନୀ ନାଁରେ ୧ ଲକ୍ଷ ୫୦ ହଜାର କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଚାଷୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରାଯାଇଛି । ଜିଲ୍ଲାରେ ପ୍ରଥମେ ମଣ୍ଡି ଅବ୍ୟବସ୍ଥା ଦେଖାଯାଇଥିଲା । ମିଲରମାନେ ଧାନ କ୍ୱିଣ୍ଟାଲ ପିଛା ୯ କେଜି କାଟିବା ଜିଦରେ ରହିଥିଲେ । ପରେ ପ୍ରଶାସନ, ମିଲର ଓ ସୋସାଇଟ ବୁଝାମଣାରେ କ୍ୱିଣ୍ଟାଲ ପିଛା ୭ କେଜି ୫ ଶହ ଗ୍ରାମ ଧାନ କଟନୀ ଛଟନୀ ହୋଇଥିଲା । ଏହି କଟନୀ ଛଟନୀକୁ ନେଇ ନବ ନିର୍ମାଣ କୃଷକ ସଂଗଠନଠାରୁ ଆରମ୍ଭ କରି ବିଜେପି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତଥାପି ମିଲରଙ୍କ ଜିଦ ଆଗରେ ପ୍ରଶାସନ ଓ ସମବାୟ ସମିତି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲାରେ ଅଦ୍ୟାବଧି ସରକାରୀ ସ୍ତରରେ ୧୬ ଲକ୍ଷ ୪୫ ହଜାର କ୍ୱିଣ୍ଟାଲ ଧାନକିଣା ହୋଇଥିବା ବେଳେ ଏହି ଧାନ ବାବଦକୁ ମିଲରମାନେ କଟନୀ ଛଟନୀ ଆକାରରେ ଦେଢ଼ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ବୋହି ନେଇଛନ୍ତି । ଦେଢ଼ ଲକ୍ଷ କ୍ୱିଣ୍ଟାଲ ଧାନର ମୁଲ୍ୟକୁ ହିସାବକୁ ନେଇ ଏହାର ମୁଲ୍ୟ ୪୬ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରେ ୧୫ ଜଣ ମିଲର ୪୬ କୋଟି ୫୦ ଲକ୍ଷ ଟଙ୍କାର ଧାନ ଚାଷୀଙ୍କଠାରୁ ଶୋଷଣ କରିଥିବା ବେଳେ କାହା ଭାଗ କେତେ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲା ଯୋଗାଣ ବିଭାଗ ନୀରବତା, ଜିଲ୍ଲା ପ୍ରଶାସନର ଆଖି ବୁଜା ନୀତି ଏବଂ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମିଲରଙ୍କୁ ଭିତିରିଆ ସମର୍ଥନ ଦ୍ୱାରା ୪୬ କୋଟି ୫୦ ଲକ୍ଷ ଟଙ୍କାର ଧାନକୁ ମିଲରମାନେ ହରିଲୁଟ କରିଥିବା ଅନୁମାନ କରାଯାଉଛି । ଅଦିନିଆ ବର୍ଷାକୁ ଆଳ କରି ଚଳିତ ବର୍ଷ ନୟାଗଡ଼ ମିଲରମାନେ ଚାଷୀଙ୍କୁ କରିଥିବା ଶୋଷଣର ଜବାବ କିଏ ରଖିବ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲାରେ ହୋଇଥିବା ଏହି ବଡ଼ ଅନିୟମିତତା ପଛରେ ଯୋଗାଣ ବିଭାଗ ଭୂମିକା ସବୁଠାରୁ ବଡ଼ ପ୍ରଶ୍ନ ବୋଲି ଆଲୋଚନା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!