ନୟାଗଡ଼,(ବାଘୁଆବାର୍ତ୍ତା): ଶିକ୍ଷାବର୍ଷ ୨୦୧୯-୨୦୨୦ରେ ଅନୁଷ୍ଠିତ ହୋଇଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀର ସରକାରୀ ବୃତ୍ତି ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ ପାଇଛି । ନୟାଗଡ଼ ସହରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀମାନ ଆଶୁତୋଷ ମିଶ୍ର (୪ର୍ଥ) ସ୍ଥାନ , ଶ୍ରୀମାନ ରିତେଶ ମହାପାତ୍ର (୮ମ ସ୍ଥାନ) , ଶ୍ରୀମାନ ଆଶିଷ ନାୟକ (ଏକାଦଶ ସ୍ଥାନ) ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି ।ସେହିପରି ପଞ୍ଚମ ଶ୍ରେଣୀର ଛାତ୍ର ଶ୍ରୀମାନ ଆଶିଷ କୁମାର ସାହୁ (୨ୟ ସ୍ଥାନ) ,ସୁଶ୍ରୀ ଅଙ୍କିତା ସାହୁ (୪ର୍ଥ ସ୍ଥାନ) , ଶ୍ରୀମାନ ମାନସ ପ୍ରୀତମ ମହାନ୍ତି (୫ର୍ଥ ସ୍ଥାନ) ଅଧିକାର କରି ବିଦ୍ୟାଳୟ ତଥା ନୟାଗଡ଼ ଜିଲ୍ଲାର ଗୌରବକୁ ବହୁଗୁଣିତ କରିଛନ୍ତି । ପ୍ରକାଶ ଥାଉ କି ଉକ୍ତ ଅନୁଷ୍ଠାନ ବିଗତ ୨ ବର୍ଷ ଧରି ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସରକାରଙ୍କ ଠାରୁ ପୁରସ୍କାର ପ୍ରାପ୍ତ ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ , ପରିଚାଳନା ସମିତି ସଦସ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା କୃତି ସତୀର୍ଥମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସହ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛନ୍ତି ।





