Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟାଳୟରେ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
March 25, 2025
in Nayagarh, State
ବିଦ୍ୟାଳୟରେ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ
223
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ମନୁଷ୍ୟ ସହିତ ପ୍ରକୃତି ପଶୁପକ୍ଷୀ ମଧ୍ୟରେ ହେଉଥିବା ସଂଘର୍ଷ ପ୍ରତି ସଚେତନ କରାଇ ସେମାନଙ୍କ ସୁରକ୍ଷା ସହିତ ନିଜର ସୁରକ୍ଷା ପାଇଁ ବାର୍ତ୍ତା ପ୍ରେରଣ ପ୍ରଦାନ କରାଇବାପାଇଁ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ଠାରେ ଉକ୍ତ ବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ଙ୍କ ସହଭାଗିତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ କର୍ମଶାଳା ଉଦଘାଟନ ହୋଇଥିଲା। ଦୁଇ ତାଲିମ ପ୍ରଦାନ କାରି ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଓ ଲଳିତ ମୋହନ ମିଶ୍ର ଙ୍କ ଦ୍ଵାରା କର୍ମଶାଳାରେ ୫୨ ଜଣ ପୁରୁଷ ମହିଳା ଓ ପୂର୍ବତନ ଛାତ୍ର ଛାତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା। ପଶୁ ପକ୍ଷୀଙ୍କ ଆଜିର ଦିନରେ ଗୁରୁତ୍ୱ ସହିତ ସେମାନେ ବଞ୍ଚିଲେ ଆମର ଉପକାରୀତା କୁ ପ୍ରାଧାନ୍ୟ ଦିଆଯାଇ ସମସ୍ତେ ନଡ଼ିଆ କତା ରେ ପକ୍ଷୀ ଵସା ପ୍ରସ୍ତୁତି କରିଥିଲେ। ଉଦଯାପନି ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ଗାଁ ବ୍ଲକ କୃଷି ବିଭାଗ ଅଧିକାରୀ ପ୍ରତିଭା ପ୍ରଧାନ ମୁଖ୍ୟ ବକ୍ତା ଭାବେ ଓଡ଼ଗାଁ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାମ୍ବାଦିକ ସାରସ କୁମାର ମିଶ୍ର, ଗ୍ରାମ୍ୟ କୃଷି ସହାୟକ ଦେବାଶିଷ ସାହାଣୀ ସମେତ ଯୋଗଦେଇ ପରିବେଶ ପରିବର୍ତ୍ତନ ସାଙ୍ଗକୁ ଘରଚଟିଆ, ଶାଗୁଣା ଆଦିର ମନୁଷ୍ୟ ସମାଜ ପାଇଁ ଉପକାରୀତା କୁ ଅତିଥିମାନେ ବ୍ୟକ୍ତ କରିବାସହିତ ୫ ଟି ଦଳ ତିଆରି କରିଥିବା ୧୨ ଟି ପକ୍ଷୀ ବସା କୁ ଦେଖି ବହୁ ପ୍ରସଂସା କରିଥିଲେ । ସମସ୍ତ ଦଳକୁ ସାର୍ଟିଫିକେଟ ପ୍ରଦାନ ସହିତ ଗଛରେ ବସାଗୁଡିକୁ ଟାଙ୍ଗି ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ପ୍ରଦାନ କରାଯାଇଥିଲା। ଶେଷରେ ଅତିଥିମାନଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ ପ୍ରିୟଦର୍ଶନୀ ମହାପାତ୍ର, ରାଧାଗୋବିନ୍ଦନାୟକ କରିଥିଲେ। ବିଷ୍ଣୁପ୍ରିୟା ବାରିକ, ବିଜୟଲକ୍ଷ୍ମୀ ଦଳେଇ, ସୁନୀତା ବେହେରା, ପଦ୍ମିନୀ ନାୟକ, ସନ୍ତୋଷ ନାହାକ, ଖୋଗେଶ୍ୱର୍ ବେହେରା, ସୂର୍ଯ୍ୟମଣି ଦଳେଇ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି ଏ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!