ବଲାଙ୍ଗୀର, (ବାଘୁଆବାର୍ତ୍ତା): ସୋନପୁର ଏନଏଚ୍-୫୭ରେ ଗଞ୍ଜେଇ ମାଫିଆ ଓ STF ମୁହାଁମୁହିଁ। ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚଲାଣ ବେଳେ ମାଡି ବସିଲା STF । ଦୁଇ ଗଞ୍ଜେଇ ମାଫିଆ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ରାସ୍ତାରେ ଆସୁଥିବାବେଳେ ଖାରି ବ୍ରିଜରେ STF ଅଟକାଇ ଥିଲା। କିଛି ସମୟର ଲୁଚା ଛପା ଭିତରେ ଦୁଇ ଗଞ୍ଜେଇ ମାଫିଆ ଗାଡ଼ିରୁ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ। ଉଭୟ ଗୁରୁତର ହୋଇଥିବା ଜଣା ପଡିଛି। ମାଫିଆମାନେ ହେଲେ ଉତ୍ତର ପ୍ରଦେଶର ଆକାଶ କୁସିଆ ଓ ଦିଲ୍ଲୀପ ବୋଲି ଜଣାପଡ଼ିଛି। ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ଦିଲ୍ଲୀପର ଦେହ ଅଧିକ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।





