Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ଜବତ, ଜଣେ ମହିଳା ଗିରଫ

by ସଞ୍ଜୟ ସ୍ୱାଇଁ
March 25, 2025
in Crime, State
୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ଜବତ, ଜଣେ ମହିଳା ଗିରଫ
240
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଋଣ ବା ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ସୋମବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ମହିଳାଙ୍କ ଘରେ ଚଢ଼ାଉ ସମୟରେ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ୫୦୦ ଟଙ୍କିଆ ଜବତ କରାଯାଇଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ ପୋଲିସ ଏହାକୁ ଖଣ୍ଡନ କରିଛି। ଏଭଳି କୌଣସି ସୁନା ଏବଂ ଟଙ୍କା ମହିଳାଙ୍କ ଘରୁ ଜବତ ହୋଇ ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ମହିଳା ହେଉଛନ୍ତି ତିଳୋତ୍ତମା ପ୍ରଧାନ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗକାରୀ ଅଭିମନ୍ୟୁ ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୋଗ ଅନୁସାରେ, ଗତ ୫ବର୍ଷ ହେବ ତିଳୋତ୍ତମା ଋଣ କରିଦେବେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ। ଏପରି କି ତାଙ୍କ ନିକଟରେ ସୁଟ୍କେସ୍ ଭର୍ତ୍ତି ୫୦୦ଟଙ୍କିଆ ନୋଟ୍, ୨୦କେଜିରୁ ଊଦ୍ଧ୍ୱର୍ର୍ ସୁନା ଅଳଙ୍କାର ଏବଂ ଆର୍‌ବିଆଇରେ ବଣ୍ଡ ରହିଥିବା ଲୋକମାନଙ୍କୁ କହିବା ସହ ଟଙ୍କା ଓ ସୁନା ଅଳଙ୍କାରର ଏକାଧିକ ଫଟୋ ଦେଖାଉଥିଲେ। ଫଳରେ ଲୋକମାନେ ତିଳୋତ୍ତମାଙ୍କ କଥାରେ ବିଶ୍ୱାସ କରି ଋଣ ନେବା ପାଇଁ ତାଙ୍କୁ ଟଙ୍କା ଦେଉଥିଲେ। ହେଲେ ପରବର୍ତ୍ତୀ ସମୟରେ ଋଣ ନ ଦେବାରୁ ଲୋକମାନଙ୍କ ସନ୍ଦେହ ବଢ଼ିଥିଲା। ଏପରି କି ଲୋକମାନେ ଦେଇଥିବା ଟଙ୍କା ଫେରାଇବାକୁ କହିବାରୁ ସେମାନଙ୍କୁ ତିଳୋତ୍ତମା ଗାଳିଗୁଲଜ ମଧ୍ୟ କରୁଥିଲେ। ଏନେଇ ଅଭିଯୋଗକାରୀ ଚନ୍ଦନପୁର ଥାନାରେ ଗତ ଫେବୃଆରୀ ୧୯ତାରିଖରେ ଅଭିଯୋଗ କରିଥିଲେ। ଏପରି କି ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ସୋମବାର ଚନ୍ଦନପୁର ପୋଲିସ ତିଳୋତ୍ତମାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ତାଙ୍କୁ ଗିରଫ କରିବା ସହ ତିଳୋତ୍ତମାଙ୍କ ବ୍ୟାଙ୍କ ପାସ୍‌ବୁକ୍ ଏବଂ ବ୍ଲାଙ୍କ ଚେକ୍ ବୁକ୍ ଜବତ କରିଥିଲା। ଏହି ଠକେଇ ଘଟଣାରେ ଅନ୍ୟ ୨ଜଣଙ୍କ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!