ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୦ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଖଣ୍ଡପଡ଼ାରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଜିମାତ କରିନେଇଛି। ବିଦ୍ୟାଳୟର ୩ୟ ଶ୍ରେଣୀରେ ପରୀକ୍ଷା ଦେଇଥିବା ତିନି ଜଣ ଛାତ୍ରଛାତ୍ରୀ ସୁଶ୍ରୀ ସଙ୍ଗୀତା, ପ୍ରତ୍ୟୁଷ କୁମାର ନାୟକ, ସୌମ୍ୟ ରଂଜନ ସ୍ବାଇଁ ଯଥାକ୍ରମେ ନୟାଗଡ଼ ବ୍ଳକରେ ପ୍ରଥମ, ଦ୍ବିତୀୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୫ମ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ଦୁଇ ଜଣ ସଫଳତା ହାସଲ କରିଛନ୍ତି। ହନିମେଷ ଡାକୁଆ ବ୍ଳକରେ ୩ୟ ସ୍ଥାନ ଅଧିକାର କରିଥିଲାବେଳେ ରୋଜାଲିନ୍ ବେହେରା ୮ମ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କୁ ଆଜି ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଗୋଲାପ ଫୁଲ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନନ୍ଦନ ସମାରୋହରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ।







