Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୮ ଦିନରେ ୩୧ ଘଣ୍ଟା ଚାଲିପାରିନି ଗୃହ

by ସଞ୍ଜୟ ସ୍ୱାଇଁ
March 24, 2025
in Feature News
୧୮ ଦିନରେ ୩୧ ଘଣ୍ଟା ଚାଲିପାରିନି ଗୃହ
48
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ୧୮ ଦିନରେ ୩୧ ଘଣ୍ଟା ଚାଲିପାରିନି ବିଧାନସଭା । ଗୃହ ସୁପରିଚାଳନା ପାଇଁ ୩ ଥର ସର୍ବଦଳୀୟ ବୈଠକ ଡକାହେଲାଣି । ଫଳ ଶୂନ । ଗୃହରେ କଂଗ୍ରେସର ଏଭଳି ଆଚରଣକୁ କ୍ଷମା ଦେବେନି ଓଡ଼ିଶାବାସୀ । ବିଧାନସଭାରେ ହଟ୍ଟଗୋଳ ପାଇଁ ବିରୋଧୀଙ୍କ ଆଚରଣକୁ କଡା ନିନ୍ଦା କରି ବର୍ଷିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ବାଚସ୍ପତିଙ୍କ ସାମ୍ନାରେ ହ୍ବିସିଲ ଘଣ୍ଟ ବଜାଇବା କି ଆଚରଣ ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ବମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ କହିଛନ୍ତି ଅତୀତରେ ଉତ୍ତରପ୍ରଦେଶ ବିଧାନସଭାରେ ରକ୍ତାକ୍ତ ବିଧାୟକଙ୍କୁ ହସ୍‌ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିଥିଲା । ଏ ପୃଷ୍ଠଭୂମିରେ ଓଡ଼ିଶା ବିଧାନସଭା ଶାନ୍ତିରେ ଅଛି । ପ୍ରତିବାଦ କରିବାର ଢଙ୍ଗ ଅଛି । ଆଚରଣ ସଂସ୍କାର ଧିରେ ଧିରେ ବିଧାନସଭା ଓ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛି । ଆଇନ ପ୍ରଣୟନ କରୁଥିବା ସଂସ୍ଥା ଯଦି ଆଇନ ଉଲ୍ଲଂଘନ କରିବେ କଣ କୁହାଯିବ । ମହିଳା ବାଚସ୍ପତିଙ୍କ ସାମ୍ନାରେ ହୁଇସିଲ ମାରିବା, ପୋଡିୟମ ଉପରକୁ ଚଢିବା ଉଦ୍ୟମ, ଘଣ୍ଟ ବଜାଇବା ଏସବୁ କିଭଳି ଆଚରଣ । ଅଷ୍ଟ ପ୍ରହରୀରେ ଘଣ୍ଟ, ଗିନି, ମୃଦଙ୍ଗ ବାଜିବା ଦେଖିଛୁ କିନ୍ତୁ ପବିତ୍ର ଗୃହ ଭିତରେ ଏସବୁ ଶୋଭନୀୟ ନୁହେଁ । ସମାଧାନ ପାଇଁ ୩ଥର ସର୍ବଦଳୀୟ ବୈଠକ ଡାକି ସାରିଲେଣି । ୧୦ ତାରିଖ, ୧୩ ତାରିଖ ଓ ଆଜି (ସୋମବାର)ସର୍ବଦଳୀୟ ବୈଠକ ହୋଇଛି । ହେଲେ ଫଳ ଶୂନ । ୧୮ ଦିନ ଭିତରେ ୩୧ ଘଣ୍ଟାର କାର୍ଯ୍ୟ ହୋଇପାରିନି । ୧୪୭ ବିଧାୟକଙ୍କୁ ଲୋକେ କେତେ ବିଶ୍ବାସରେ ବିଧାନସଭା ପଠେଇଛନ୍ତି । ଗୃହରେ ବସିବା ପାଇଁ ଆମକୁ ସିଟିଙ୍ଗ ଫି ମିଳିଥାଏ। ବିଭିନ୍ନ ବିଭାଗର ଅଧିକାର, କର୍ମଚାରୀ ଆସି କାମ କରନ୍ତି । ବିଧାନସଭାର ଅଧିବେଶନ ରେ ୧ଘଣ୍ଟାରେ କେତେ ଖର୍ଚ୍ଚ ହୁଏ, ବିଭିନ୍ନ ପୋଲିସ ବି ଆସୁଛନ୍ତି । ସାଧାରଣ ଲୋକଙ୍କ ଟିକସରେ ବିଧାନସଭା ଚାଲେ। ବିଜେପି ସରକାର ପ୍ରସ୍ତୁତ ଅଛନ୍ତି ଆଲୋଚନା ପାଇଁ । ଜିରୋ ହାୱାର, ପ୍ରଶ୍ନ ଉତ୍ତର କରେଇ ନ ଦେବା, ମୁଁ କିଛି କରିବି ନାହିଁ, କାହାକୁ କରେଇ ଦେବି ନାହିଁ ଏ ଆଚରଣ ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ଏଭଳି ଚାଲିଲେ ଓଡ଼ିଶା ବାସୀ କ୍ଷମା ଦେବେ ନାହିଁ । ଘଣ୍ଟ, ଗିନି ବଜେଇବା ପାଇଁ ଲୋକେ ପଠେଇ ନାହାନ୍ତି | ସେମାନଙ୍କୁ ସହଜ ମାଧ୍ୟମ ଦରକାର । ନିଜେ ସରକାରରେ ନ ରହିଲେ ପ୍ରତ୍ୟେକ ଥର ଏମିତି କରନ୍ତି। ତାଙ୍କର ଭୋଟ ହାର କମି କମି ଯାଉଛି । ୮୨ଟି ବିଧାନସଭାରେ ୫ ହଜାର ଛୁଇଁ ପାରିଲେ ନାହିଁ । ୨୦ ବିଧାନସଭା ରେ ନୋଟା ଠାରୁ କମ । ଭଲ ପ୍ରସଙ୍ଗ ଉଠାଅ ନହେଲେ ପରବର୍ତ୍ତୀ ନିର୍ବାଚନ ରେ ସିଙ୍ଗିଲ ଅଙ୍କକୁ ଆସିଯିବା ନେଇ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସୋମବାର ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଦେଖିବାକୁ ମିଳିଥିଲା ହଟ୍ଟଗୋଳ । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଘଣ୍ଟ ଓ ଝାଞ୍ଜ ବଜାଇ ପ୍ରତିବାଦ କରିଥିଲା କଂଗ୍ରେସ । ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦାବି କରିଥିଲା ବିଜେଡି । ଏପଟେ ନାରୀ ସୁରକ୍ଷା ନେଇ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!