Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ଭେ ରିପୋର୍ଟ, ସାମାଜିକ ବ୍ୟବହାରରେ କେରଳ ପ୍ରଥମ, ଓଡ଼ିଶା ପଞ୍ଚମ, ସାର୍ବଜନୀନ ସୁରକ୍ଷାରେ ତୃତୀୟ

by ସଞ୍ଜୟ ସ୍ୱାଇଁ
March 24, 2025
in NATIONAL NEWS, State
ସର୍ଭେ ରିପୋର୍ଟ,  ସାମାଜିକ ବ୍ୟବହାରରେ କେରଳ ପ୍ରଥମ, ଓଡ଼ିଶା ପଞ୍ଚମ, ସାର୍ବଜନୀନ ସୁରକ୍ଷାରେ ତୃତୀୟ
114
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ସମ୍ପ୍ରତି ଦ୍ରୁତ ବିକାଶଶୀଳ ଦେଶ ବିବେଚିତ ହୋଇଛି । ବିଭିନ୍ନ ରାଜ୍ୟ ମଧ୍ୟ ପ୍ରଗତି ପଥରେ ଆଗେଇ ଚାଲିବା ନେଇ ଦାବି କରୁଛନ୍ତି । କିନ୍ତୁ ବିଭିନ୍ନ ସାମାଜିକ ଆଚରଣ କ୍ଷେତ୍ରରେ ଜନତାଙ୍କ ମନୋଭାବରେ କେତେ ପରିବର୍ତ୍ତନ ଆସିଛି? ନାଗରିକ ଆଚରଣ, ସୁରକ୍ଷା, ଲିଙ୍ଗଗତ ମନୋଭାବ, ଭେଦଭାବ ଦିଗରୁ ସେମାନଙ୍କ ମାନସିକତା କେତେ ଉନ୍ନତ ହୋଇଛି, ତାହା ବେଶ୍‌ ଗୁରୁତ୍ୱ ବହନ କରୁଛି । ତେବେ ଏ ନେଇ ଏକ ସଦ୍ୟ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଯାହା ବିଭିନ୍ନ ସାମାଜିକ ଆଚରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକର ସ୍ଥିତିକୁ ପ୍ରତିଫଳିତ କରିଛି । ‘ଇଣ୍ଡିଆ ଟୁଡେ’ର ଏହି ‘ସାମଗ୍ରିକ ଘରୋଇ ଆଚରଣ (ଜିଡିବି)’ ସର୍ଭେ ରିପୋର୍ଟ ମୁତାବକ, କେରଳ ସାମାଜିକ ଆଚରଣ ସୂଚକାଙ୍କରେ ସବା ଉପରେ ରହିଛି । ଏହା ପଛକୁ ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଥିବା ବେଳେ ପଞ୍ଚମ ସ୍ଥାନରେ ଓଡ଼ିଶା ରହିଛି । ୨୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ(ଚଣ୍ଡିଗଡ଼)କୁ ନେଇ ହୋଇଥିବା ଏହି ସର୍ଭେରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ସବା ତଳେ ରହିଛନ୍ତି । ସେମାନଙ୍କ ସାମାଜିକ ସୂଚକାଙ୍କ ବେଶ୍‌ ଦୁର୍ବଳ ରହିଛି । ନାଗରିକ ଆଚରଣକୁ ନେଇ ହୋଇଥିବା ସର୍ଭେରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ତାମିଲନାଡୁ ଓ ଦ୍ୱିତୀୟରେ ପଶ୍ଚିମବଙ୍ଗ ରହିଛି । କେରଳ ପଞ୍ଚମ ସ୍ଥାନରେ ଅଛି । ସାଧାରଣ ପରିବହନ ଭଡ଼ାକୁ କିଭଳି ଲୋକେ ଏଡ଼ାଇବାକୁ ଚେଷ୍ଟା କରିଥାନ୍ତି, ତାହା ଏହି ସର୍ଭେରେ ଦର୍ଶାଯାଇଛି । ନାଗରିକ ଆଚରଣ ସର୍ଭେରେ ବିନା ଟିକେଟରେ ଯାତ୍ରା କରିବା, ବାହାରେ ଆବର୍ଜନା ପକାଇବା, ହଇରାଣରେ ପଡ଼ିଥିବା ଲୋକଙ୍କୁ ସହାୟତା ଦେବା ଆଦି ନେଇ ଲୋକଙ୍କ ମନୋଭାବକୁ ପରଖାଯାଇଛି । ସରକାରୀ ତଥ୍ୟ ମୁତାବକ, ୨୦୨୩- ୨୪ରେ ରେଳପଥ ୩.୬ କୋଟି ଟିକେଟବିହୀନ ଯାତ୍ରା ଚିହ୍ନଟ କରିଥିଲା, ଯେଉଁଥିରୁ ୨,୨୩୧.୭୪ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିଲା । ସେହିଭଳି ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୬୧% ନିଜ କାମ ସହଜରେ କରାଇ ନେବା ଲାଗି ଲାଞ୍ଚ ଦେବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସବା ଉପରେ ରହିଛି । ୫୨% ଲୋକ ସମ୍ପତ୍ତି ସମ୍ପର୍କିତ କାରବାରରେ ଟିକସ ଏଡ଼ାଇବା ଲାଗି ନଗଦ ଦେବାକୁ ଶ୍ରେୟ ମଣୁଥିବା କହିଛନ୍ତି । ଲିଙ୍ଗଗତ ମନୋଭାବ ସୂଚୀରେ ଓଡ଼ିଶାର ସ୍ଥାନ ନବମ ସ୍ଥାନରେ ରହିଥିବା ବେଳେ କେରଳ ସବା ଉପରେ ରହିଛି । ଉତ୍ତରାଖଣ୍ଡ, ତାମିଲନାଡୁ, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ଶୀର୍ଷ ୫ଟି ସ୍ଥାନରେ ଥିବା ବେଳେ ଉତ୍ତର ପ୍ରଦେଶ ସବା ତଳେ ରହିଛି । ଏହି ସର୍ଭେରେ ଦେଶବ୍ୟାପୀ ମୋଟ ୯ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ । ୬୯% ଲୋକ ମହିଳାମାନେ ସେମାନଙ୍କ ନିଜସ୍ୱ ଆୟ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ନେଇ ମତ ଦେଇଥିବା ବେଳେ ୩୧% ଲୋକଙ୍କ ମୁତାବକ, ପରିବାରର ଅନୁମୋଦନ ଦ୍ୱାରା ହିଁ ଆର୍ଥିକ ନିଷ୍ପତ୍ତି ନିଆଯିବା ଜରୁରି । କେରଳ ଏ କ୍ଷେତ୍ରରେ ସବା ଉପରେ ରହିଛି । ଏଠାକାର ସର୍ବାଧିକ ୯୧% ଜବାବଦାତାଙ୍କ ମୁତାବକ ମହିଳାମାନେ ସେମାନଙ୍କ ନିଜ ଆୟ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଆବଶ୍ୟକ । ତେବେ ଏହି ତାଲିକାରେ ନବମ ସ୍ଥାନରେ ଥିବା ଓଡ଼ିଶାର ମାତ୍ର ୨୭% ଜବାବଦାତା ଏହାକୁ ସମର୍ଥନ କରିଛନ୍ତି । ସର୍ଭେରେ ସାମିଲ ହୋଇଥିବା ରାଜ୍ୟର ଅଧିକାଂଶ ଜବାବଦାତା ପରିବାରର ଅନୁମତି ନେଇ ଆର୍ଥିକ ନିଷ୍ପତ୍ତି ନିଆଯିବା ଉଚିତ ବୋଲି କହିଛନ୍ତି । ଅନ୍ୟପକ୍ଷରେ ପାଠ ପଢ଼ିବା ଲାଗି ଝିଅମାନଙ୍କୁ ପୁଅଙ୍କ ଭଳି ସମାନ ଅଧିକାର ଦେବା ନେଇ ଓଡ଼ିଶା ଅଧିକ ସମର୍ଥନ ଜଣାଇଛି । ସାମଗ୍ରିକ ସୂଚକାଙ୍କରେ ୯୩% ଜବାବଦାତା ଏହାକୁ ସମର୍ଥନ କରିଥିବା ବେଳେ ଓଡ଼ିଶାର ୯୮% ଜବାବଦାତା ଏଥିରେ ହଁ ଭରିଛନ୍ତି । କିନ୍ତୁ ଗୁଜରାଟର ୨୨% ଜବାବଦାତା ଏଥିରେ ସହମତି ନ ଥିବା ଜଣାଇଛନ୍ତି । ସାମଗ୍ରିକ ଭାବେ ମାତ୍ର ୬% ଜବାବଦାତା ନିଜ ଅସହମତି ପ୍ରକାଶ କରିଛନ୍ତି । ସେହିଭଳି ସାର୍ବଜନୀନ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ କେରଳ ପୁନର୍ବାର ପ୍ରଥମ ସ୍ଥାନରେ ରହିଛି । ହିମାଚଳ ଦ୍ୱିତୀୟ ସ୍ଥାନରେ ରହିଛି । ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୮୬% ସାଧାରଣ ପରିବହନରେ ଯାତ୍ରା ବେଳେ ସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି । କିନ୍ତୁ ୪୪% ମହିଳା ଉତ୍ପୀଡ଼ନର ସମ୍ମୁଖୀନ ହେଉଥିବା ଦର୍ଶାଇଛନ୍ତି । ବିବିଧତା ଓ ଭେଦଭାବ ସୂଚୀରେ ଓଡ଼ିଶା ୧୩ତମ ସ୍ଥାନରେ ରହିଛି । କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଚଣ୍ଡିଗଡ଼ ପଞ୍ଚମରେ ରହିଛି । ମଧ୍ୟ ପ୍ରଦେଶ ସବା ତଳେ ଥିବା ସର୍ଭେରୁ ଜଣାପଡ଼ିଛି । ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୬୧% ଲୋକ ଆନ୍ତଃ- ଧାର୍ମିକ ବିବାହକୁ ବିରୋଧ କରୁଥିବା ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ, ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ୨୦୨୩-୨୪ ଆର୍ଥିକବର୍ଷରେ ୭.୫୮ ଲକ୍ଷ କୋଟି ଟଙ୍କା ଥିଲା ବେଳେ ଏହାର ମୁଣ୍ଡ ପିଛା ଜିଏସ୍‌ଡିପି ୧,୬୩,୧୦୧ ଟଙ୍କା ରହିଛି, ଯାହା ଜାତୀୟ ହାରଠାରୁ କମ୍‌ । ଭାରତର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ୧୦% ଯୋଗଦାନ ରହିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!