Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀଜଗନ୍ନାଥ ସୋସାଇଟିର ବାର୍ତ୍ତା ପତ୍ର ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ

by ସଞ୍ଜୟ ସ୍ୱାଇଁ
March 2, 2021
in Feature News
ଶ୍ରୀଜଗନ୍ନାଥ ସୋସାଇଟିର ବାର୍ତ୍ତା ପତ୍ର ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ
80
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବିଶ୍ୱରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ଯୁକ୍ତରାଜ୍ୟ (ଲଣ୍ଡନ) ତଥା ୟୁରୋପ ମହାଦେଶର ସର୍ବପ୍ରଥମ ଶ୍ରୀ ଜଗନ୍ନାଥ ମନ୍ଦିର ଲଣ୍ଡନ ଠାରେ ପ୍ରତିଷ୍ଠା ହେବାକୁଯାଉଛି ଏବଂ ବିଶ୍ୱର ଜଗନ୍ନାଥ ଭକ୍ତ ସମାଜର ସହଯୋଗରେ ହିଁ ସମ୍ଭବ ହେବ ବୋଲି ଶ୍ରୀ ଜଗନ୍ନାଥ ସୋସାଇଟି ଲଣ୍ଡନର ବାର୍ତ୍ତା ପତ୍ର ଉନ୍ମୋଚନ କରି ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଲଣ୍ଡନ ଠାରେ ୩୦ ଏକର ପରିମିତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଏହି ଜଗନ୍ନାଥ ମନ୍ଦିର ଲଣ୍ଡନ ତଥା ୟୁରୋପର ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନର ଏକ ପ୍ରାଣ କେନ୍ଦ୍ର ହୋଇପାରିବ ବୋଲି ଡ଼ଃ. ପାତ୍ର କହିଥିଲେ । ୱେବ ମାଧ୍ୟମରେ ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ପ୍ରଥମ ବାର୍ତ୍ତା ପତ୍ର ଉନ୍ମୋଚନ ଅବସରରେ ବିଶ୍ୱବ୍ୟାପୀ ସମ୍ମିଳିତ ଜଗନ୍ନାଥ ପ୍ରେମୀ ଓ ଲଣ୍ଡନ ଅଧିବାସୀ ମାନଙ୍କୁ ଉଦବୋଧିତ କରି ଡ଼ଃ. ପାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଯୁକ୍ତରାଜ୍ୟ ଆୟାରଲାଣ୍ଡ, ପୂର୍ବ ପ୍ରାଚ୍ୟ ତଥା ଭାରତର ଅନେକ ଅଂଶରୁ ଯୋଗ ଦେଇ ଭକ୍ତଗଣଙ୍କ ‘ହରିବୋଲ’’କରତାଳି’ ଧୂନି ସହିତ ଏହି ପ୍ରଥମ ବାର୍ତ୍ତା ପତ୍ର ଉନ୍ମୋଚିତ ହୋଇଥିଲା ।ଏହି ଅବସରରେ ଡ଼ଃ. ପାତ୍ର ଆହ୍ୱାନ ଦେଇ କହିଥିଲେ ଯେ, ବିଶ୍ୱବ୍ୟାପୀ ନିଜ ନିଜ କର୍ମ ସଂସ୍ଥାନରେ ଅବସ୍ଥାନ କରୁଥିବା ଓଡ଼ିଆମାନେ ଏକ ପରିବାର, ଏକତା ଓ ସହଯୋଗ ବଳରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିପାରିବା । ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ଅଧ୍ୟକ୍ଷ ଡ଼ା. ସହଦେବ ସ୍ୱାଇଁ ଏହି ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚନ ଅବସରରେ ଉନ୍ମୋଚକ ଡ଼ଃ. ପାତ୍ରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିବା ସହିତ ସମ୍ପୃକ୍ତ କର୍ମକର୍ତ୍ତା ମଣ୍ଡଳୀକୁ ଧନ୍ୟବାଦ ଜଣାଇଥିଲେ । ଲଣ୍ଡନରେ ପ୍ରତିଷ୍ଠା ହେବାକୁଥିବା ଏହି ଭବ୍ୟ ମନ୍ଦିର ୟୁରୋପରେ ଆଧ୍ୟାତ୍ମିକ, ସାମାଜିକ ଏବଂ ଶୈକ୍ଷିକ ପ୍ରାଣ କେନ୍ଦ୍ର ଭାବରେ ପରିଚିତ ହେବ ବୋଲି ଡ଼ା. ସ୍ୱାଇଁ ପ୍ରକାଶ କରିଥିଲେ । ଓଡ଼ିଶା ସରକାରଙ୍କ ବନ ବିଭାଗ ସହାୟତାରେ ଓଡ଼ିଶାରୁ ଠାବ ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସମସ୍ତ ଦିବ୍ୟ-ଆଧ୍ୟାତ୍ମିକ ଲକ୍ଷଣ ଯୁକ୍ତ ନିମଦାରୁ ଗତ ୨୧ ଫେବୃୟାରୀରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ସଂଗ୍ରହ ସଂଗ୍ରହ କରାଯାଇଛି । ବର୍ତ୍ତମାନ ଏହି ଦାରୁବ୍ରହ୍ମ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ମାର୍ଗଦର୍ଶନରେ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ ହେଉଛନ୍ତି । ଏହି ଭବ୍ୟ ମନ୍ଦିରର ପ୍ରଥମ ପଯ୍ୟାୟୟ କାର୍ଯ୍ୟ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଡ଼ା. ସ୍ୱାଇଁ ସୂଚନା ଦେଇଛନ୍ତି । ୪ ମିଲିଅନ୍ ପାଉଣ୍ଡ ବ୍ୟୟ ଅଟକଳରେ ପ୍ରଥମ ପଯ୍ୟାୟ କାର୍ଯ୍ୟ ପାଇଁ ଡ଼ା. ସ୍ୱାଇଁ କହିଥିଲେ ଯେ, ଉତ୍ସର୍ଗୀକୃତ ଓ ସେବା ମୂଳକ ଉଦ୍ୟମ ଏବଂ ଈଶ୍ୱର ବିଶ୍ୱାସ ଆଧାରିତ କାର୍ଯ୍ୟ ପାଇଁ କୌଣସି ଲକ୍ଷ୍ୟ ଅପହଞ୍ଚ ନୁହେଁ । ସମ୍ପାଦକ ଡ଼ ପ୍ରକାଶ ଦେ ଏହି ଉଦ୍ୟମର ଅୟମାରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘଯାତ୍ରାର ଏକ ସମ୍ପୂର୍ଣ୍ଣ ବିବରଣୀ ଅଗ୍ରଗତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଲଣ୍ଡନର ଉପକଣ୍ଠ ୩୦ ଏକର ଜମି ଚିହ୍ନଟ ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ ହୋଇଛି । ଏହି ମନ୍ଦିର ପୁରୀ କ୍ଷୀମନ୍ଦିର ଅବିକଳ ଢାଞ୍ଚା ଓ ଶୈଳୀରେ ନିର୍ମାଣ ହେବାକୁ ଲକ୍ଷ୍ୟ କରାଯାଇଛି ବୋଲି ଡ଼. ଦେ କହିଥିଲେ । ଶ୍ରୀ ଜଗନ୍ନାଥ ସମାଜ, ଲଣ୍ଡନର ଟ୍ରଷ୍ଟି ଯୋଗାଯୋଗ ମୁଖ୍ୟ ତଥା ବାର୍ତ୍ତାପତ୍ରର ସମ୍ପାଦକ ଡ଼ ଚେତନ ଶତପଥୀ ଶ୍ରୀ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ଭାବରେ ଏହି ପତ୍ର ମୁଦ୍ରଣ ମାଧ୍ୟମ ସମେତ ୱେବସାଇଟ୍ ଓ ଅନ୍ୟାନ୍ୟ ସାମାଜିକ ଗଣ ମାଧ୍ୟମରେ ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କହିଥିଲେ । ସହ ସମ୍ପାଦକ ଉମାକାନ୍ତ ରାଉତ, ପରିଚାଳନା ସମ୍ପାଦିକା ରୀନା ମେହେର ଆଗାମୀ ପୀଢ଼ି ଭକ୍ତଙ୍କ ପାଇଁ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସନ୍ଦେଶବାହକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଅନ୍ୟତମ ଟ୍ରଷ୍ଟି ରଶ୍ମିକାନ୍ତ ନନ୍ଦ, ଭକ୍ତ ପଣ୍ଡା, ସୁକାନ୍ତ ସାହୁ, ଯୁବ ଉଦ୍ୟୋଗୀ ଡ଼. ମଳୟ ନାୟକ, ଡ଼. ଅଦ୍ୱୈତ ସିଂହ, ଶରଦ ଝା, ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଶତାଦ୍ଦୀ ଦାଶ ଲଣ୍ଡନରେ ଅବସ୍ଥାପିତା ମହିଲା ମାନଙ୍କ ଦ୍ୱାରା ସ୍ୱୟଂ ଚାଳିତ ଶ୍ରୀ ସୁଭଦ୍ରା ସୋସାଇଟି ସମ୍ପର୍କରେ ସୂଚନା ଦେଇଥିଲେ ।          କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ତପୁ ମିଶ୍ର, ମୌସୁମୀ ମିଶ୍ର, ସୁଚିନ୍ତିତା ପାଣିଗ୍ରାହୀ ସୁମଧୁର ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଚ୍ଚନା ପ୍ରଧାନ ମାନସିଂହ ସୁଚାରୁ ପରିଚାଳନା କରିଥିବା ବେଳେ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁନାଇଟେଡ୍ କିଙ୍ଗଡମ୍ ଇଂଲଣ୍ଡ ଚ୍ୟାରିଟି କମିଶନଙ୍କ ଦ୍ୱାରା ଦାତବ୍ୟ ସଙ୍ଗଠନ ଭାବରେ ପଞ୍ଜୀକୃତ ଅଟେ । ଏହି ଅନୁଷ୍ଠାନକୁ ପ୍ରଦତ୍ତ ସମସ୍ତ ଦାନ, ଅନୁଦାନ କରମୁକ୍ତ ଅଟେ । ଅଧିକ ସୂଚନା ପାଇଁ www.jagannathtemple.orgରେ ସମ୍ପର୍କ କରାଯାଇପାରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!